12-JANUARY-2022
📌
BY: SRINIBASH ROUT
ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ।ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି ।କିଡ୍ନୀ ସଂକ୍ରମଣ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ପରେ ମିହିରଙ୍କର ଏକାଧିକ ଅଙ୍ଗ ସଂକ୍ରମିତ ହୋଇଥିଵା ସୂଚନା ଦେଇଥିଲେ ହସ୍ପିଟାଲ୍ କର୍ତ୍ତୃପକ୍ଷ ।ସେ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ପୂର୍ବରୁ କିଡ୍ନୀ ରୋଗରେ ଆକ୍ରାନ୍ତ ମିହିର ଦାସଙ୍କୁ ଡିସେମ୍ୱର ୭ ତାରିଖରେ ଭର୍ତ୍ତି କରାଯାଇଥିଲା ।ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ।୧୯୬୬ ଫେବ୍ରୁଆରୀ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର ।ସେ ପ୍ରାୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ 'ଲକ୍ଷ୍ମୀ ପ୍ରତିମା', 'ପୁଅ ମୋର ଭୋଳା ଶଙ୍କର','ଟାର୍ଗେଟ୍', 'ଗୁଣ୍ଡା', 'ମାଇଁ ଲଭ୍ ଷ୍ଟୋରୀ', 'ପହିଲି ରାଜା', 'ଚୋରି ଚାରି ମନ ଚୋରି', 'ବାଜି', 'ଧଉଳି ଏକ୍ସପ୍ରେସ୍' ଅନ୍ୟତମ । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ ।୧୯୯୯ରେ 'ବିଧାତା' ଓ ୨୦୦୫ରେ 'ଫେରିଆ ମୋ' ସୁନା ଭଉଣୀ' ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା ।ଓଡ଼ିଆ ସିନେମା ଜଗତ ରେ ଶ୍ରେଷ୍ଟ କଳାକାର ଥିଲେ। ବହୁ ସଂଖ୍ୟା ରେ ଓ ବହୁ ଭାଷା ରେ ସେ ନିଖୁଣ ଭାବରେ ଅଭିନୟ କରି ଦର୍ଶକ ଙ୍କ ମନ ଜିତି ଥିଲେ। କିନ୍ତୁ ଦୀର୍ଘ ଦିନ ର ଅସୁସ୍ଥ ତା ତାଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଲା। ତାଙ୍କ ଆତ୍ମା କୁ ଶାନ୍ତି ମିଳୁ।
www. socialnewsodiaofficial.blogspot.com
0 Comments