09-JANUARY-2022
📌
BY: SRINIBASH ROUT
ସୁପ୍ରିମକୋର୍ଟରେ ସଂକ୍ରମଣ । ସୁପ୍ରିମକୋର୍ଟର ୪ ଜଣ ବିଚାରପତି କରୋନା ପଜିିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ଏବେ ଆଇସୋଲେସନରେ ଅଛନ୍ତି ।ପୂର୍ବରୁ ଗତ ଗୁରୁବାର ଦିନ ଦୁଇ ଜଣ ସୁପ୍ରିମକୋର୍ଟ ବିଚାରପତି କରୋନା ସଂକ୍ରମିତ ହୋଇଥିଲେ ।ରବିବାର ୦୯ ତାରିଖରେ ଆଉ ଜଣ ଜଜ୍ ପଜିଟିଭ୍ ବାହାରିଛନ୍ତି ।ସୁପ୍ରିମକୋର୍ଟରୁ କରୋନା ସଂକ୍ରମିତ ଚିହ୍ନଟ ପରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯାଇଛି । ସେମାନଙ୍କ ଭିତରୁ ୧୫୦ ଜଣ କର୍ମଚାରୀ ସଂକ୍ରମିତ ହୋଇଥିବା କୁହାଯାଉଛି ।ଗତ ସପ୍ତାହରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମଣା କହିଥିଲେ, ଦେଶରେ ସଂକ୍ରମଣ ବଢୁଛି ।ଏଭଳି ସ୍ଥିତିରେ ଆଗାମୀ ୪-୬ ସପ୍ତାହ କୋର୍ଟରୁମରେ ଶୁଣାଣି କରିବା ସମ୍ଭବ ନୁହେଁ ।ସଂକ୍ରମଣ ବଢୁଥିବାରୁ ଓ ଆଗକୁ ଅଧିକ କର୍ମଚାରୀ ପଜିଟିଭ୍ ବାହାରିଥଲେ କୋର୍ଟ କାର୍ଯ୍ୟ ଭର୍ଚୁଆଲ ମୋଡରେ ହୋଇପାରେ ।ସୂଚନାଯୋଗ୍ୟ, ସୁପ୍ରିମ୍ କୋର୍ଟରେ ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୩, ୪୦୦।
www. socialnewsodiaofficial.blogspot.com
0 Comments