Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବାହାରିଲା କୋଭିଡ୍‌ ଟୀକା ଏକ୍ସପ୍ରେସଭ୍ୟାନ୍; କୋଭିଡ୍ ଟୀକାକରଣ କୁ ଶତ ପ୍ରତିଶତ କରିବା ଉଦ୍ଦେଶ୍ୟରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରିଲା ୧୨ଟି କୋଭିଡ୍ ଟୀକା ଏକ୍ସପ୍ରେସଭ୍ୟାନ୍ ।

 



22-JANUARY-2022


📌


BY: SRINIBASH ROUT

ଅନୁଗୁଳ ଜିଲ୍ଲାରେ କୋଭିଡ୍ ଟୀକାକରଣ କୁ ଶତ ପ୍ରତିଶତ କରିବା ଉଦ୍ଦେଶ୍ୟରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରିଲା ୧୨ଟି କୋଭିଡ୍ ଟୀକା ଏକ୍ସପ୍ରେସଭ୍ୟାନ୍। ଜିଲ୍ଲାରେ ବୁଲି ବୁଲି ସଚେତନ ସହ ଟୀକା କରଣ ରୁ ବଞ୍ଚିତ ଲୋକଙ୍କୁ ଟୀକା ଦେବ ଏହି ଏକ୍ସପ୍ରେସଭ୍ୟାନ୍ ।


ଏହି ସୁସଜ୍ଜିତ ଭ୍ୟାନ୍‌କୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ଟୀକାକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନିମନ୍ତେ ନିୟୋଜିତ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଭ୍ୟାନ୍ ଗାଁକୁ ଗାଁ ବୁଲି ଡ଼ାକବାଜି ଯନ୍ତ୍ର ଯୋଗେ ଟୀକା ନ ନେଇଥିବା ଲୋକମାନଙ୍କୁ ଟୀକା ନେବାକୁ ପ୍ରବର୍ତ୍ତାଇବ। ଏହି ଭ୍ୟାନରେ ଜଣେ ଟୀକା ଦେବା କର୍ମଚାରୀ, ଜଣେ ଏଏନ୍ଏମ୍ ଓ ଆଧାର କାର୍ଡ ସହ ଡାଟା ଏଣ୍ଟ୍ରି ଭେରିଫିକେସନ୍‌ କରିବା ଲାଗି ଜଣେ କର୍ମଚାରୀ ନିୟୋଜିତ ରହିବେ। ଭ୍ୟାନ୍ ୧୮ ବର୍ଷରୁ ଉର୍ଦ୍ଧ୍ଵ ଓ ପ୍ରିକସନ ଡୋଜ୍ ଭାବେ କୋଉଁସିଲ୍‌ ଟୀକା ଦେବେ।



www. socialnewsodiaofficial.blogspot.com

Post a Comment

0 Comments