Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ ନେଲେ ଏସ୍‌. ସୁଶ୍ରୀ; ଦ୍ୱୈତନଗରୀ କଟକ-ଭୁବନେଶ୍ୱରର ନୂଆ ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ୨୦୧୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍ ଏସ୍‌. ସୁଶ୍ରୀ -ଦାୟିତ୍ୱ ଗ୍ରହଣ କରିବା ପରେ କହିଛନ୍ତି ପ୍ରଥମେ ଏଠାକାର ସମସ୍ୟାଗୁଡ଼ିକ ବୁଝିବି ଏବଂ ସେହି ଅନୁସାରେ ସମାଧାନର ବାଟ ଖୋଜିବି ।

 


05-JANUARY-2022


📌


BY: SRINIBASH ROUT

କଟକ-ଭୁବନେଶ୍ବର କମିଶନରେଟ୍ ପୋଲିସର ଟୁଇନସିଟି ପାଇଁ କାର୍ଯ୍ୟରେ ଯୋଗଦେଲେ ଆଇପିଏସ୍ ଏସ୍. ସୁଶ୍ରୀ ।୨୦୧୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଏସ୍‌. ସୁଶ୍ରୀ ମଙ୍ଗଳବାର ୦୪ ତାରିଖ ଦ୍ୱୈତନଗରୀ କଟକ-ଭୁବନେଶ୍ୱରର ନୂଆ ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାଇତ୍ୱ ଗ୍ରହଣ କରିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି, ପୂର୍ବରୁ କେସିଙ୍ଗାରେ ଥିଲି, ଭୁବନେଶ୍ୱରକୁ ନୂଆ ଆସିଛି। ଏଠାରେ ଥିବା ସମସ୍ୟା ସମ୍ପର୍କରେ ପ୍ରଥମେ ଏଠାରେ ଥିବା ସମସ୍ୟା ସମ୍ପର୍କରେ ପ୍ରଥମେ ଅବଗତ ହେବି ଓ ଏହି ସମସ୍ୟାର ସମାଧାନ ପାଇଁ ସର୍ବୋତ୍କୃଷ୍ଟ ପଦକ୍ଷେପ ଗ୍ରହଣ କରିବି। ଆହୁରି ମଧ୍ୟ ପରିସ୍ଥିତି ଦେଖି ସିପିଙ୍କ ନିର୍ଦ୍ଦେଶ କ୍ରମେ ସହରର ସ୍ଥିତିରେ ସୁଧାର ଆଣିବି ବୋଲି ସେ କହିଛନ୍ତି ।ସ୍ପିଡ ବାଇକ୍, ଆବାଜ ସାଇଲେନସର, ରଙ୍ଗ ଡ୍ରାଇଭିଂ ସହିତ ବିନା ହେଲମେଟ୍ ଓ ସିଟ୍ ବେଲ୍ଟ ପିନ୍ଧୁନଥିବା ଚାଳକଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।


ଏସ୍‌. ସୁଶ୍ରୀ ୧୯୯୫ ଅକ୍ଟୋବର ୨୨ରେ କେରଳ କୋଲାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ୨୦୧୮ରେ ଭାରତୀୟ ପୋଲିସ ସେବା ପରୀକ୍ଷାରେ ୧୫୧ ର଼୍ୟାଙ୍କ୍‌ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏଥିସହ ମାତ୍ର ୨୩ ବର୍ଷ ବୟସରେ ସେ ଦେଶର ସର୍ବକନିଷ୍ଠ ଆଇପିଏସ୍‌ ଅଫିସର ହେବାର ଗୌରବ ଅର୍ଜନ କରିଥିଲେ।






 

www. socialnewsodiaofficial.blogspot.com

Post a Comment

0 Comments