Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୨୮ ଫୁଟ୍ ଉଚ୍ଚ ହଲୋଗ୍ରାମ୍‌ ପ୍ରତିମୂର୍ତ୍ତି ଲୋକାର୍ପିତ; ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରେ ୨୮ ଫୁଟ୍ ଉଚ୍ଚ ହଲୋଗ୍ରାମ୍‌’ ପ୍ରତିମୂର୍ତ୍ତି କଲେ ଲୋକାର୍ପିତ ।

 


24-JANUARY-2022


📌


BY: SRINIBASH ROUT

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ‘ହଲୋଗ୍ରାମ୍‌’ ପ୍ରତିମୂର୍ତ୍ତି କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ସ୍ଥିତ ‘ଇଣ୍ଡିଆ ଗେଟ୍‌’ରେ ଲୋକାର୍ପିତ କରିଛନ୍ତି। ରବିବାର ୨୩ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ପ୍ରଧାନମନ୍ତ୍ରୀ ଏହି ଡିଜିଟାଲ ପ୍ରତିମାକୁ ଲୋକାର୍ପିତ କରିଛନ୍ତି। ତେବେ ଏହି ପ୍ରତିମୂର୍ତ୍ତିର ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ମା’ର ସାହସୀ ପୁଅ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ରେ ମୁଁ ତାଙ୍କୁ ପ୍ରଣାମ କରୁଛି। ନେତାଜୀ ଯିଏ ଅତ୍ୟନ୍ତ ଗର୍ବ, ଆତ୍ମବିଶ୍ୱାସ ଏବଂ ସାହସର ସହିତ ବ୍ରିଟିଶ ମାନଙ୍କ ଆଗରେ କହିଥିଲେ ଯେ ମୁଁ ସ୍ୱାଧୀନତା ପାଇଁ ଭିକ ମାଗିବି ନାହିଁ, ମୁଁ ଏହା ହାସଲ କରିବି। ଭାରତର ମାଟିରେ ପ୍ରଥମ ସ୍ବାଧୀନ ସରକାର ପ୍ରତିଷ୍ଠା କରିଥିବା ଆମର ସେହି ନେତାଜୀଙ୍କ ବଡ଼ ପ୍ରତିମୂର୍ତ୍ତିକୁ ଇଣ୍ଡିଆ ଗେଟରେ ଡିଜିଟାଲ୍ ଫର୍ମରେ ସ୍ଥାପନ କରାଯାଉଛି। ଖୁବ୍ ଶୀଘ୍ର ଏହି ‘ହଲୋଗ୍ରାମ୍‌’ର ସ୍ଥାନ ନେବ ଏକ ଗ୍ରେନାଇଟ୍ ପ୍ରତିମୂର୍ତ୍ତି ।ଏହି ପ୍ରତିମୂର୍ତ୍ତି ୩୦,୦୦୦ ଲ୍ୟୁମେନ ୪କେ ପ୍ରୋଜେକ୍ଟର ଦ୍ୱାରା ପରିଚାଳିତ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୦୧୯, ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି।ସମାରୋହରେ ମୋଟ ୭ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।



www. socialnewsodiaofficial.blogspot.com

Post a Comment

0 Comments