04-JANUARY-2022
📌
BY: SRINIBASH ROUT
ରାଜଧାନୀ ଭୁବନେଶ୍ୱରର ବାଣୀବିହାର ସ୍ଥିତ ଡିସିପି ଅଫିସରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏକାଧିକ ସଂକ୍ରମିତ ଚିହ୍ନଟ ପରେ ଡିସିପି ଅଫିସ୍ ସିଲ୍ କରିଛି ବିଏମ୍ସି ।ମଙ୍ଗଳବାର ୦୪ ତାରିଖ ଓ ବୁଧବାର ୦୫ ତାରିଖ ଦୁଇ ଦିନ ପାଇଁ ଏହି ଅଫିସକୁ ସିଲ୍ କରିଛି ବିଏମ୍ସି। ଏନେଇ ସୂଚନା ଦେଇଛନ୍ତି ବିଏମ୍ସିର ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର। କରୋନା ସଂକ୍ରମିତ ବା ପଜିଟିଭ୍ ଚିହ୍ନଟ ଙ୍କୁ ଘରେ ଆଇସୋଲେସନରେ ରହିବାକୁ କୁହାଯାଇଛି ।କୌଣସି କର୍ମଚାରୀଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଲେ ବିଏମସିକୁ ଜଣାଇବ ଡିସିପି ଅଫିସ୍ ।କୌଣସି ଜରୁରୀ ପରିସ୍ଥିତି ରେ ବିଏମସିର କଣ୍ଟ୍ରୋଲ ରୁମ୍ ନମ୍ବର ୭୮୪୭୮୭୩୦୪୦ କିମ୍ବା ୧୯୨୯ରେ ଯୋଗାଯୋଗ କରିବାକୁ ହେବ ।ବାହାରୁ ଅନ୍ୟମାନଙ୍କୁ ପ୍ରବେଶ କରିବାକୁ ବାରଣ କରାଯାଇଛି। ଏଥିସହ ଭିତରେ ଯେଉଁ କର୍ମଚାରୀ ଭିତରେ ଅଛନ୍ତି ସମସ୍ତଙ୍କ ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ବ ଦିଆଯାଉଛି ।ତେଣୁ ସେମାନଙ୍କୁ ମଧ୍ୟ ବାହାରକୁ ଯିବାକୁ ଅନୁମତି ମିଳିନି। ବିଏମସିର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ଯନ୍ତ ସେମାନଙ୍କୁ କାର୍ଯ୍ଯାଳୟ ଭିତରେ ହିଁ ରହିବାକୁ କୁହାଯାଇଛି। ଡିସିପି ଅଫିସ୍ ରେ ପ୍ରାୟ ୧୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
www. socialnewsodiaofficial.blogspot.com
0 Comments