08-JANUARY-2021
📌
BY: SRINIBASH ROUT
ଭୁବନେଶ୍ୱରରେ ପୁଣି ଆଉ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି ।ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।ଏବେ ରାଜଧାନୀରେ ମୋଟ୍ କଣ୍ଟେନ୍ମେଣ୍ଟ ଜୋନ୍ ସଂଖ୍ୟା ୨୫ରେ ପହଞ୍ଚିଛି ।ନିଳାଦ୍ରୀ ବିହାର ବୁଦ୍ଧ ପାର୍କ, ସତ୍ୟନଗର, ଗଜପତି ନଗରର ବିଭିନ୍ନ ପ୍ଲଟ , ବମିଖାଲ, ସହିଦନଗର, ଖାରବେଳ ନଗର, ଟଙ୍କପାଣି ରୋଡ଼, ପୁରୁଣା ଭୁବନେଶ୍ୱର, ଗଙ୍ଗାଯମୁନା ରୋଡ଼ର ଅନେକ ପ୍ଲଟ୍ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା କରାଯାଇଛି ।ଏହି ସବୁ କଣ୍ଟେନ୍ମେଣ୍ଟ ଜୋନ୍ ରୁ କେହି ପଦାକୁ ଯାଇ ପାରିବେ ନାହିଁ କି ବାହାର ଲୋକ କେହି ସେହି ଜୋନ୍ କୁ ଯାଇ ପାରିବେ ନାହିଁ ।କଣ୍ଟେନ୍ମେଣ୍ଟ ଜୋନ୍ ଅଞ୍ଚଳକୁ ଯିବା ଆସିବା ଉପରେ ବିଏମସି ପ୍ରତିବନ୍ଧକ ଲଗାଇଛି ।ଏହି ସବୁ ଅଞ୍ଚଳରେ ବିଏମସି ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ।ଏହା ସହ କଣ୍ଟେନ୍ମେଣ୍ଟ ଜୋନ୍ କୁ ସାନିଟାଇଜ୍ କରିବା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
www. socialnewsodiaofficial.blogspot.com
0 Comments