18-JANUARY-2022


📌


BY: SRINIBASH ROUT

କଟକ ସିଡିଏ ଅଞ୍ଚଳରେ ସେକ୍ସ୍ ରାକେଟ ଉପରେ କମିଶନରେଟ୍ ପୋଲିସର ଚଢ଼ାଉ । ସନ୍ଧ୍ୟାରେ ଏଠାରେ ଥିବା ଓୟୋ ହୋଟେଲରେ ଚାଲୁଥିଲା ଦେହ ବେପାର ବା ସେକ୍ସ୍ ରାକେଟ। କଟକ ମର୍କତ ନଗର ପୋଲିସ ବିଶେଷ ସୁତ୍ରରୁ ଖବର ପାଇଁ ସିଡିଏର ଏକ ହୋଟେଲରେ ଚଢଉ କରିଥିଲା ।ଚଢଉ ସମୟରେ ୨ ଯୁବତୀ ଉଦ୍ଧାର ହେବା ସହ ଜଣକୁ ଗିରଫ କରିଥିବାର ଜଣାପଡ଼ିଛି ।ତେବେ ମିଳିଥିବା ସୂଚନା ମୁତାବକ ଦୀର୍ଘ ଦିନ ହେବ ଏହି ଅଞ୍ଚଳ ରେ ଓୟୋ ହୋଟେଲରେ ଯୁବତୀ ମାନଙ୍କୁ ଆଣି ଦେହ ବେପାର ରେ ଲଗାଯାଉଥିଲା। ଯୁବତୀ ମାନେ ହୋଟେଲରେ ରହୁଥିଲେ। ବିଭିନ୍ନ ସ୍ଥାନରୁ ଯୁବକ ମାନେ ଆସୁଥିଲେ ଓ ସବୁ କିଛି ଫୋନ୍ ରେ ସେଟିଂ ହେଉଥିଲା। ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ପୋଲିସ ତଦନ୍ତ ଜାରି ରଖିଛି।


( ୨ ରୂପଜୀବୀଙ୍କ (ଯୁବତୀ) ସମେତ ୩ ପୁରୁଷ ଅଟକ । ୩ ଅଟକ ପୁରୁଷଙ୍କ ମଧ୍ୟରୁ ଜଣେ ମ୍ୟାନେଜର ଥିବା ଜଣାପଡିଛି )





www. socialnewsodiaofficial.blogspot.com