06-JANUARY-2022
📌
BY: SRINIBASH ROUT
ଦେଶରେ ପୁଣି ଉପର ମୁହାଁ କରୋନା ।ଲକ୍ଷେ ମୁହାଁ ହୋଇଛି ଦୈନିକ ସଂକ୍ରମଣ । ମୁମ୍ବାଇରେ ଦୈନିକ ସଂକ୍ରମଣ ବଢ଼ୁଥିବାବେଳେ ଲୋକଙ୍କ ଚିକିତ୍ସାରେ ନିୟୋଜିତ ଡ଼ାକ୍ତରମାନେ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ୩ ଦିନ ମଧ୍ୟରେ ମୁମ୍ବାଇର ବିଭିନ୍ନ ସରକାରୀ ହସ୍ପିଟାଲରେ କାମ କରୁଥିବା ୩୦୦ ଜଣ ଡାକ୍ତରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି ।ମହାରାଷ୍ଟ୍ର ଆସୋସିଏସନ ଅଫ ରେସିଡେଣ୍ଟ ଡାକ୍ତର(ଏମଏଆରଡି)ର ସଭାପତି ଗଣେଷ ସୋଲାଙ୍କେ କହିଛନ୍ତି ୩୦୦ ଜଣ ଡାକ୍ତର କୋରୋନା କବଳରେ ପଡ଼ିଛନ୍ତି । ସମସ୍ତଙ୍କ ପାଇଁ ଏକ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି ।
www. socialnewsodiaofficial.blogspot.com
0 Comments