Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଇସ୍ରୋର ନୂଆ ମୁଖ୍ୟ ହେଲେ ଏସ୍. ସୋମନାଥ; ରକେଟ୍ ବୈଜ୍ଞାନିକ ଏସ୍. ସୋମନାଥ ହେଲେ ଇସ୍ରୋର ନୂଆ ମୁଖ୍ୟ, pslv ରକେଟ୍ ନିର୍ମାଣ ଟିମରେ ଟିମ୍ ଲିଡର ଭାବେ କାମ କରି ସାରିଛନ୍ତି ସୋମନାଥ ।

 


14-JANUARY-2022


📌


BY: SRINIBASH ROUT

ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର ନିର୍ଦ୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍. ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନର ନୂଆ ମୁଖ୍ୟ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।ପୂର୍ବତନ ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ କେ ଶିବନଙ୍କ କାର୍ଯ୍ୟକାଳ ଶୁକ୍ରବାର ୧୪ ତାରିଖରେ ଶେଷ ହେଉଥିବା ବେଳେ ତାଙ୍କ ସ୍ଥାନରେ ସୋମନାଥଙ୍କୁ ନିଯୁକ୍ତ କରାଯାଇଛି। ଆସନ୍ତା ୩ ବର୍ଷ ପାଇଁ ସୋମନାଥଙ୍କୁ ଇସ୍ରୋର ମୁଖ୍ୟ ସହିତ ମହାକାଶ ଗବେଷଣା ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି। ଏସ୍‌. ସୋମନାଥ ଦେଶର ଜଣେ ବିଚକ୍ଷଣ ଟେକ୍ନୋଲୋଜିଷ୍ଟ ଏବଂ ଏରୋସ୍ପେସ୍‌ ଇଞ୍ଜିନିୟର ।ଜୁଲାଇ ୧୯୬୩ରେ ଜନ୍ମଗ୍ରହଣ କରିଥିଲେ ଏସ. ସୋମନାଥ ।କେରଳ ବିଶ୍ବବିଦ୍ୟାଳୟରେ ମେକାନିକାଲ ଇଞ୍ଜିନିୟରିଂ ସ୍ନାତକ ଡ଼ିଗ୍ରୀ ହାସଲ କରିଛନ୍ତି ।ଆଇଆଇଏସସିରେ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପିଜି ପରେ ବେଙ୍ଗାଳୁରୁରେ ପାଇଥିଲେ ଗୋଲ୍ଡ ମେଡାଲ୍ ।ଇସ୍ରୋ ର ନବନିଯୁକ୍ତ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି ଯେ ଘରୋଇ କମ୍ପାନୀଗୁଡିକ ପାଇଁ ବ୍ୟବସାୟିକ ସୁଯୋଗ ଯୋଗାଇବା ପାଇଁ ଭାରତୀୟ ମହାକାଶ କ୍ଷେତ୍ରର ବିକାଶ ହେବା ଆବଶ୍ୟକ ଏବଂ ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ମହାକାଶ କାର୍ଯ୍ୟକ୍ରମକୁ ମଧ୍ୟ ନବୀକରଣ କରିବା ଆବଶ୍ୟକ।






www. socialnewsodiaofficial.blogspot.com

Post a Comment

0 Comments