Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବିଚାରପତି ଭାବେ ନିଯୁକ୍ତି ପାଇବେ ବରିଷ୍ଠ ଆଇନଜୀବୀ; ୪ ବରିଷ୍ଠ ଆଇନଜୀବୀ ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି -ସୁପ୍ରିମକୋର୍ଟ କଲେଜିୟମ ୪ ବରିଷ୍ଠ ଆଇନଜୀବୀଙ୍କୁ ନୂତନ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ମଂଜୁରୀ ପ୍ରଦାନ କରିଛନ୍ତି ।

 


01-FEBRUARY-2022


📌


BY: SRINIBASH ROUT

ହାଇକୋର୍ଟ ପାଇବ ନୂଆ ବିଚାରପତି । ୪ ବରିଷ୍ଠ ଆଇନଜୀବୀ ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି। ଏନେଇ ଗତ ୨୯ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍ ବୈଠକରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।ବରିଷ୍ଠ ଆଇନଜୀବୀ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶପପଥୀ ଓ ଏମ.ଏସ. ରମଣଙ୍କୁ ବିଚାରପତି ଭାବେ ନିଯୁକ୍ତି ଦିଆଯିବ। ଏବେ ଓଡ଼ିଶା ହାଇକୋର୍ଟରେ ୧୮ ଜଣ ବିଚାରପତି ଅଛନ୍ତି ।ନୂଆ ୪ ଜଣଙ୍କର ଯୋଗଦାନ ପରେ ଏହି ସଂଖ୍ୟା ୨୨କୁ ବୃଦ୍ଧି ପାଇବ ।ଓଡ଼ିଶା ହାଇକୋର୍ଟରେ ୨୭ ଜଣ ବିଚାରପତି ପଦ ରହିଥିବା ବେଳେ ବିଚାରପତି ଅଭାବରୁ ଅନେକ ମାମଲା ଦୀର୍ଘ ଦିନ ଧରି ପଡ଼ି ରହୁଛି ।ନୂତନ ବିଚାରପତି କାର୍ଯ୍ୟରେ ଯୋଗଦାନ କରିବା ପରେ ହାଇକୋର୍ଟରେ ବିଚାରପତି ଅଭାବ ସମସ୍ୟା ଦୂରୀଭୂତ ହୋଇପାରିବ ।ସେମାନେ କେଉଁଦିନ ଶପଥ ଗ୍ରହଣ କରି ଦାୟିତ୍ୱ ନେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।



www. socialnewsodiaofficial.blogspot.com

Post a Comment

0 Comments