Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆରମ୍ଭ- ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି; ସରକାର ଓ ସାଧାରଣ ଲୋକଙ୍କ ଭିତରେ ପରସ୍ପର ବିଶ୍ୱାସ, ସମନ୍ୱୟ ଓ ସହଯୋଗ ଗଣତନ୍ତ୍ର ଶକ୍ତିର ଅଦ୍ଭୁତ ପୂର୍ବ ଉଦାହରଣ.. ରାଷ୍ଟ୍ରପତି ।

 


01-FEBRUARY-2022


📌


BY: SRINIBASH ROUT

ସୋମବାର ଠାରୁ ଅର୍ଥାତ୍ ୩୧ ତାରିଖ ଠାରୁ ଆରମ୍ଭ ହୋଇଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ।ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି ।ସ୍ୱାଧୀନତାରେ ୭୫ ବର୍ଷ ଭିତରେ ଦେଶର ବିକାଶ ଯାତ୍ରାରେ ଯୋଗଦାନ ଦେଇଥିବା ସମସ୍ତ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ।ଦେଶରେ କ୍ରୀଡାର ଉନ୍ନତିକରଣ ଓ ପ୍ରସାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସହଭାଗିତାରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ନିଜର ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି କୋବିନ୍ଦ ।ସୋମବାର ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବାବେଳେ, ସରକାର ପାର୍ଲାମେଣ୍ଟରେ (ସଂସଦ) ଉଭୟ ଗୃହରେ ଅର୍ଥନୈତିକ ସର୍ଭେ ୨୦୨୧-୨୨ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୨-୨୩ରେ ୮ରୁ ୮.୫ ପ୍ରତିଶତ ଅଭିବୃଦ୍ଧି ହାର ଲକ୍ଷ୍ୟ ରଖାଯାଇଛି । ୨୦୨୧-୨୨ରେ ଅଭିବୃଦ୍ଧି ୯.୨ ପ୍ରତିଶତ ରହିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।




www. socialnewsodiaofficial.blogspot.com

Post a Comment

0 Comments