Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ଲକ୍ ଜେଇ ବିରଞ୍ଚି ନାରାୟଣ ସାହୁଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ କଲା ଚଢାଉ ।

 


01-FEBRUARY-2022


📌


BY: SRINIBASH ROUT

ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଜେଇ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ସୋମବାର ୩୧ ତାରିଖ ଭିଜିଲାନ୍ସ ଚଢ଼ାଉ କରିଛିି। ବିରଞ୍ଚି ଙ୍କ କୁମଣ୍ଡସ୍ଥିତ ବାସଭବନ, ଅମ୍ବାପାଳସ୍ଥିତ ଘର, ତାଳଚେର ବ୍ଲକ୍ ଅଫିସ୍, ମେରାମୁଣ୍ଡଳୀସ୍ଥିତ ଶ୍ୱଶୁର ଘର, ତାଳଚେର ବିଡିଓ ଅଫିସରେ ଥିବା ତାଙ୍କ ଚାମ୍ବରରେ ଏକକାଳୀନ ଚଢ଼ାଉ କରାଯାଇଛି। କଟକ ଭିଜିଲାନ୍ସର ଦୁଇଜଣ ଡ଼ିଏସପିଙ୍କ ସମେତ ଅନୁଗୁଳ ଡ଼ିଏସପି ଓ ଅନ୍ୟ ଅଫିସର ଏହି ଚଢ଼ାଉରେ ସାମିଲ ଅଛନ୍ତି ।ଚଢ଼ାଉ ବେଳେ ତାଙ୍କର ଏବଂ ତାଙ୍କ ସ୍ତ୍ରୀଙ୍କ ନାମରେ ପ୍ରାୟ ୯୬ ଲକ୍ଷ ୯୭ ହଜାର ଟଙ୍କାର ଫିକ୍ସ ଏବଂ ଡିପୋଜିଟ ରହିଥିବା ଜଣା ପଡୁଛି ।ଯେଉଁଥିରେ ୧୦ ଟି ଫିକ୍ସ ଡିପୋଜିଟ ରହିଛି ।ତାଙ୍କର ଗୋଟିଏ ଦୁଇ ମହଲା ଘର ଓ ଗୋଟିଏ ଏକ ମହଲା ବିଶିଷ୍ଟ ଘର ଥିବା ଜଣା ପଡିଛି ।ଏହା ସହ ଘରୁ ନଗଦ ଟଙ୍କା ୧୧୦ ଗ୍ରାମ ସୁନା , ୨୫ ହଜାର ଟଙ୍କାରୁ ଊର୍ଦ୍ଧ୍ଵ ନଗଦ କ୍ୟାସ ଜବତ କରିଛି ଭିଜିଲାନ୍ସ ।ବିଭିନ୍ନ ସ୍ଥାନରେ ଜମି , ଘର ଓ ଗାଡ଼ି ଥିବା ଜଣା ପଡ଼ିଛି ।ଚଢ଼ାଉ ଜାରି ରହିଥିବା ବେଳେ ସଂପୂର୍ଣ୍ଣ ଆକଳନ ସାରିବା ପରେ ପ୍ରକୃତରେ ବିରଞ୍ଚି କେତେ ଟଙ୍କା ସମ୍ପତ୍ତିର ମାଲିକ ଜଣା ପଡିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହା ଯାଇଛି ।





www. socialnewsodiaofficial.blogspot.com

Post a Comment

0 Comments