Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆସିଲା ନୂଆ ନିୟମ; ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ୍ ଦେବାରୁ ବଞ୍ଚିତ ହେବେ ଜନସାଧାରଣ - ଚେକିଂବେଳେ ଅନଲାଇନ୍ ବୁକିଂ ସ୍ଲିପ୍ ଦେଖାଇଲେ ଫାଇନ୍ ଦେବାକୁ ପଡ଼ିବ ନାହିଁ ।

 


28/September/2022


📌


BY: SRINIBASH ROUT

କୋହଳ ହେଲା ନିୟମ ।ଆଶ୍ୱସ୍ତି ହେଲେ ଗାଡ଼ି ଚାଳକ ।ହଟିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଟେନସନ ।ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର ।ଆପଣ ଯଦି ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିବେ, ତେବେ ଦେବାକୁ ପଡ଼ିବନି ଜରିମାନା ।ଚେକିଂ ବେଳେ ଅନଲାଇନ୍ ବୁକିଂ ସ୍ଲିପ୍ ଦେଖାଇଲେ ଜରିମାନାରୁ ବର୍ତ୍ତି ପାରିବେ ଗାଡ଼ିଚାଳକ ।ଏନେଇ ଘୋଷଣା କରିଚନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।ଯଦି ଆପଣଙ୍କ ଗାଡ଼ିର ପଞ୍ଜୀକରଣର ଶେଷ ନମ୍ବର ୧ କିମ୍ବା ୨ ହୋଇଥାଏ, ତେବେ ଅଗଷ୍ଟ ଶେଷ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବା କାର୍ଯ୍ୟ ଶେଷ କରିବେ ।ପଞ୍ଜୀକରଣର ଶେଷ ନମ୍ବର ୩ ଓ ୪ ହୋଇଥିଲେ ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ପଡ଼ିବ ।ଓ ପଞ୍ଜୀକରଣ ନମ୍ବର ୫ ଓ ୬ ଥିବା ଗାଡ଼ି ଅକ୍ଟୋବର ୩୧ ସୁଦ୍ଧା ଓ ୭ ଓ ୮ ନମ୍ବର ଥିବାର ଗାଡି ନଭେମ୍ବର ୩୦ ତାରିଖ ସୁଦ୍ଧା ସେହିପରି ୯ ଓ୦ରେ ଶେଷ ହେଉଥିବା ଗାଡ଼ି ନମ୍ବର ଡିସେମ୍ବର ୩୧ ସୁଦ୍ଧା ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ ।ଅନ୍ୟପଟେ ସରକାର ଧାର୍ୟ୍ୟ କରିଥିବା ନିୟମ ଅନୁସାରେ, ଯଦି ଗାଡି ଚାଳକମାନେ ନିୟମ ଅନୁସାରେ ସେମାନଙ୍କ ଗାଡିର ନମ୍ବର ପ୍ଲେଟ୍ ଲଗାଇବେ ନାହିଁ, ସେମାନଙ୍କୁ ଇ-ଚାଲାଣ ସହିତ ୫ରୁ ୧୦ ହଜାର ପର୍ୟ୍ୟନ୍ତ ଜୋରିମାନା ଦେବାକୁ ପଡିବ ।




https://socialnewsodiaofficial.blogspot.com

Post a Comment

0 Comments