28/September/2022
📌
BY: SRINIBASH ROUT
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଚକାପାଦ ( ବସ୍ତିଙ୍ଗିଆ ) ବ୍ଲକର ୧୨ଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଘୁ. ଉଦୟଗିରି ତହସିଲ କାର୍ଯ୍ୟାଳୟରୁ ସେବା ପାଉଥିଲେ ।ଦୀର୍ଘ ବର୍ଷ ହେବ ବ୍ଲକ୍ କାର୍ଯ୍ୟାଳୟ ବସ୍ତିଙ୍ଗିଆରେ ଅବସ୍ଥିତ ହୋଇଛି ।ରାଜ୍ୟ ସରକାରଙ୍କ ଆଦେଶ ପ୍ରକାରେ ପ୍ରତ୍ୟେକ ବ୍ଲକ୍ କାର୍ଯ୍ୟାଳୟରେ ତହସିଲ୍ କାର୍ଯ୍ୟାଳୟ କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଚକାପାଦ (ବସ୍ତିଙ୍ଗିଆ ) ବ୍ଲକ୍ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ତହସିଲ୍ କାର୍ଯ୍ୟାଳୟ ନିର୍ମାଣ କରାଯାଇନାହିଁ ।ଫଳରେ ଉକ୍ତ ବ୍ଲକର ହଜାର ହଜାର ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଚକାପାଦ ( ବସ୍ତିଙ୍ଗିଆ ) ବ୍ଲକର ଆଦିବାସୀ, ହରିଜନ ଓ ସର୍ବସାଧାରଣ ସମ୍ପ୍ରଦାୟର ସମସ୍ତ ଜନସାଧାରଣ ଦୀର୍ଘ ବର୍ଷ ଧରି ଉକ୍ତ ବିଷୟ ଦାବି କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବ୍ଲକ୍ କାର୍ଯ୍ୟାଳୟରେ ତହସିଲ୍ କାର୍ଯ୍ୟାଳୟ ଆରମ୍ଭ ହୋଇ ନାହିଁ ।ଚକାପାଦ (ବସ୍ତିଙ୍ଗିଆ ) ବ୍ଲକ୍ କାର୍ଯ୍ୟାଳୟରେ ତହସିଲ୍ କାର୍ଯ୍ୟାଳୟ ଓ JMFC କୋର୍ଟ ନିର୍ମାଣ ପାଇଁ ମଙ୍ଗଳବାର ୨୭ ତାରିଖ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିଶ୍ୱରଞ୍ଜନ ନାୟକଙ୍କ ଜରିଆରେ କନ୍ଧମାଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦୃଢ଼ ଦାବି ହୋଇଛି ।ଯଦି ଉକ୍ତ ଦାବି ଗୁଡିକ ପୂରଣ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କରି ଆଇନକୁ ହାତକୁ ନେବାକୁ ବାଧ୍ୟ ହେବୁ ଏବଂ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବୁ ।ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଏଥିପ୍ରତି ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଓଡ଼ିଶା, ରାଜ୍ୟପାଳ ଓଡ଼ିଶା, 5T ସଚିବ, ମୁଖ୍ୟ ବିଚାରପତି ଉଚ୍ଚନ୍ୟାୟାଳୟ କଟକ, ଆଡଭୋକେଟ ଜେନେରାଲ ଉଚ୍ଚ ନ୍ୟାୟାଳୟ କଟକ, ମୁଖ୍ୟ ଶାସନ ସଚିବ ଓଡ଼ିଶା ସରକାର, R. D. C. ବ୍ରହ୍ମପୁର, ସମସ୍ତ ବିଭାଗୀୟ ସଚିବ ଓଡ଼ିଶା ସରକାର, ଜିଲ୍ଲା ମୁଖ୍ୟ ବିଚାରପତି କନ୍ଧମାଳ, ରେଜିଷ୍ଟର କନ୍ଧମାଳ ଜିଲ୍ଲା କୋର୍ଟ, S. P. କନ୍ଧମାଳ ଓ BDO ଚକାପାଦ (ବସ୍ତିଙ୍ଗିଆ ) ଙ୍କ ନିକଟକୁ ଚକାପାଦ ( ବସ୍ତିଙ୍ଗିଆ ) ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବୈନେତ୍ରୀ କହଁର, ଶଙ୍କରାଖୋଲ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ, ସରପଞ୍ଚ ବପଲମେଣ୍ଡି ( ବି ) ସୁନିତା କହଁର, ସରପଞ୍ଚ ବସ୍ତିଙ୍ଗିଆ ଶ୍ରୀ ଚିରଞ୍ଜିବି କହଁର, ଶଙ୍କରାଖୋଲ ସମିତି ସଭ୍ୟ ଶ୍ରୀ କିରାପ ପ୍ରଧାନ, ସମିତି ସଭ୍ୟ ବପଲମେଣ୍ଡି ( ବି ) ଶ୍ରୀ ଜୁନେସ ଦିଗାଲ, ସମିତି ସଭ୍ୟା ବସ୍ତିଙ୍ଗିଆ ଶ୍ରୀଦେବୀ କହଁର, ବେହେରାଗାଁ ଶ୍ରୀମତୀ ମମତା କହଁର, ସରପଞ୍ଚ ବପଲମେଣ୍ଡି (ଏଲ ) ଶ୍ରୀ ରଞ୍ଜନ କୁମାର ମଲ୍ଲିକ, ସମିତି ସଭ୍ୟା ଆରାବକା କଲ୍ୟାଣୀ କହଁର ଓ ସରପଞ୍ଚ ଆରାବକା ରୁନିମା ପ୍ରଧାନଙ୍କ ନେତୃତ୍ୱରେ ଦୃଢ଼ ଦାବିପତ୍ର ପ୍ରେରଣ କରାଯାଇଛି ।ଏଥିପ୍ରତି ଜିଲ୍ଲାପାଳ କନ୍ଧମାଳ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
https://socialnewsodiaofficial.blogspot.com
0 Comments