10.10.2022

Editor- Madhabananda swain


ଆଜି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜୁପୁର ପଞ୍ଚାୟତରେ ପଲ୍ଲୀରେ ପ୍ରଶାଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ  ପକୃତ ହିତାଧିକାରୀମାନଙ୍କ  ସମସ୍ୟା ଯେପରି ଇନ୍ଦିରା ଆବାସ ଯୋଜନା ବିଜୁ ପକ୍କାଘର ଯୋଜନାରୁ ସେମାନେ ବଞ୍ଚିତ ରହିଛନ୍ତି  ।  ଭତ୍ତା ହେଉ କିମ୍ବା ଋଣ ନେଇ ବଜନେସ କରିବା ସବୁଥିରେ ବଞ୍ଚିତ ଏହି ରାଜପୁର ପଞ୍ଚାୟତର ବହୁ ପ୍ରକୃତ ହିତାଧିକାରୀ ।   କିଛି ଲୋକଙ୍କୁ ଜମିବାଡି ପଟ୍ଟା ମଧ୍ୟ ବଣ୍ଟନ କରାଯାଇଥିଲା  ତାହା ସହ ସ୍ଵାସ୍ଥ୍ୟପରିକ୍ଷା କ୍ୟାମ୍ଫ ମଧ୍ୟ ପଡିଥିଲା ଲୋକଙ୍କର ଅଧିକ ସମସ୍ୟା କିନ୍ତୁ ପକ୍କାଘର ଯୋଗାଇଦେବା ଉପରେ ଥିଲା । 



ଏହି କାର୍ଯ୍ୟକ୍ରମରେ ରାଜନଗର ବିଡିଓ ରବିନ୍ଦ୍ର କୁମାର ପ୍ରଧାନ ତହସିଲଦାର ଅଶ୍ବିନୀ କୁମାର ଭୁୟାଁ   ରାଜନଗରର ବିଧାୟକ ଧୃବ ସାହୁ  ରାଜନଗର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ବ୍ଲକର ଅଧ୍ୟକ୍ଷା ଶ୍ରୀମତି ପ୍ରତିଭା ପାତ୍ର ଜିଲ୍ଲାପରିଷଦ  ସୁରେନ୍ଦ୍ର ପ୍ରସାଦ ରାଉତଙ୍କ  ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତିବିଶେଷମାନେ ଅଂଶଗ୍ରହଣ କରିଥିଲେ