Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଭେକ୍ଟା ନଦୀରୁ ଟାଣିନେଲା କୁମ୍ଭୀର

 



୦୭.୧୦.୨୦୨୨

Editor- Madhabananda swain 


ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରଙ୍ଗଣୀ ପଂଚାୟତର ଭିତରକନିକାକୁ ସଂଯୋଗ ହୋଇଥିବା ଭେକ୍ଟl ନାଳରେ କୁମ୍ଭୀର ଆତଙ୍କ । ଛେଳି ଚରାଉଥିବାବେଳେ ହଠାତ ଛେଳି ଜଙ୍ଗଲ ଭିତରକୁ ଚାଲିଯାଇଥିଲା ଜଙ୍ଗଲ ପାଖରେ ଥିବା ଭେକ୍ଟl ନାଳ ପାଖରେ ଲୁଚି ରହିଥିଲା ଏକ ବିରାଟକାୟ  କୁମ୍ଭୀର ଛେଳିକୁ ଘରକୁ ଫେରି ଆଣିବାକୁ ଯାଇ ଫସିଯାଇଥିଲା ସେହି ମହିଳା !  


    ମହିଳା ଜଣଙ୍କୁ ଟାଣିନେଲା କୁମ୍ଭୀର । ଏଯାଏଁ ମହିଳା ନିଖୋଜ ତାଙ୍କର କୌଣସି ପତ୍ତା ମିଳିନାହିଁ !ଏଭଳି ଅଭାବନୀୟ ଘଟଣା ଘଟିଛି ରଙ୍ଗଣୀ ପଞ୍ଚାୟତ କୁରୁମାସାହି ଗାଁରେ । ସୂଚନାଯୋଗ୍ୟ ଯେ, କୁରୁମାସାହି ଗାଁ ର ମଥୁରୀ ଦଳାଇ ଝିଅ ଭେକ୍ଟl ନାଳରେ ୧୮ ବର୍ଷର ବାଳିକା ସିଲା ଦଳାଇଙ୍କୁ କୁମ୍ଭୀର ଟାଣି ନେଇଥିବା ସୂଚନା ମିଳିଛି  ।  ବନ ବିଭାଗ ତରଫରୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ  ଲୋକମାନେ ସଚେତନ ହେଉନଥିବା  ବେଳେ  ଚାଲିଯାଉଛି ବାରମ୍ବାର ଗୋଟେ ଗୋଟେ  ମୁଲ୍ୟବାନ ଜୀବନ  .. 






Post a Comment

0 Comments