24/12/2020
ନୂଆଦିଲ୍ଲୀ 📍
Editor by/- Srinibash Rout
ବୁଧବାର ( ୨୩/୧୨/୨୦୨୦) ମୋଦି କ୍ୟାବିନେଟରେ ଅନୁସୂଚିତ ଜାତିର ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି କରାଯାଇଛି । ଉକ୍ତ ନିଷ୍ପତ୍ତି ମୁତାବକ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ କ୍ୟାବିନେଟରେ ୫୯ ହଜାର କୋଟିର ବଜେଟ୍ ବି ପାରିତ ହୋଇଛି । ଅନୁସୂଚିତ ଶିକ୍ଷାର୍ଥୀମାନେ ମାଟ୍ରିକ୍ ପାସ କରିବା ପରେ ସେମାନଙ୍କ ଉଚ୍ଚଶିକ୍ଷା ପାଇଁ କେନ୍ଦ୍ରସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ ।କ୍ୟାବିନେଟ ପରେ ଏହି ସୂଚନା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଦେକର ଦେଇଛନ୍ତି ।
ବୁଧବାର କ୍ୟାବିନେଟରେ ବି ଡିଟିଏଚ୍ ସେବାକୁ ନେଇ କିଛି ଆଇନର ସଂଶୋଧନ କରାଯାଇଛି । ସଂଶୋଧିତ ଆଇନ ମୁତାବକ ଡିଟିଏଚ୍ ଲାଇସେନ୍ସ ୨୦ ବର୍ଷ ପାଇଁ ଜାରି କରାଯିବ । ଏହାସହ ଡିଟିଏଚ୍ ସେବା କ୍ଷେତ୍ରରେ ଶତ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ମିଳିଛି । ଏହା ପୂର୍ବରୁ କ୍ୟାବିନେଟରେ ଏହି ଆଇନ ପାରିତ ହୋଇଥିଲେ ବି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଗାଇଡଲାଇନ ପାଇଁ ଏହା ଅଟକି ରହିଥିଲା । ଏବେ ଏହାକୁ ଲାଗୁ କରିବାର ବାଟ କ୍ୟାବିନେଟ୍ ତରଫରୁ ପରିଷ୍କାର କରାଯାଇଛି ।
WWW.SOCIALNEWSODIA.INFO
0 Comments