29/05/2021
ନୂଆଦିଲ୍ଲୀ📌
EDITOR BY/- Srinibash Rout
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ଆଣ୍ଟି କୋଭିଡ -୧୯ ମେଡିସିନ୍ 2DG ର ମୂଲ୍ୟ ବିଷୟରେ ସୂଚନା ପ୍ରକାଶ ପାଇଛିl କରୋନା ରୋଗୀଙ୍କ ଅମ୍ଳଜାନର ସ୍ତର ଉନ୍ନତ କରୁଥିବା ଏହି ଔଷଧ ପ୍ରତି ପାଉଚ ମୂଲ୍ୟ ୯୯୦ ଟଙ୍କା ସ୍ଥିର କରାଯାଇଛିl ସରକାରୀ ହସ୍ପିଟାଲ , କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଏହି ଔଷଧ ରିହାତି ମୂଲ୍ୟରେ ଉପଲବ୍ଧ କରାଯିବ।
ଉଲେଖନୀୟ ଯେ, କରୋନର ଦ୍ଵିତୀୟ ଲହରୀରେ ଦୃତ ଗତିରେ ସଂକ୍ରମିତ ହୋଇଥିବା କରୋନା ରୋଗୀଙ୍କଠାରେ ହ୍ରାସ ପାଉଥିବା ଅମ୍ଳଜାନର ସ୍ତରକୁ ବଢେଇବା ପାଇଁ DRDO ଆଣ୍ଟି କୋଭିଡ -19 ଔଷଧ 2DG ଆରମ୍ଭ କରିଥିଲା। କରୋନା ସହିତ ଚାଲିଥିବା ଯୁଦ୍ଧରେ ଏହି ଔଷଧକୁ ଏକ ନୂତନ ଅସ୍ତ୍ର ଭାବରେ ଦେଖାଯାଉଛିl
DRDO ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ -୧୯ ଔଷଧର ପ୍ରଥମ ବ୍ୟାଚ୍ କିଛି ଦିନ ପୂର୍ବେ ଜାରି କରାଯାଇଥିଲା। ଏହାକୁ ଲଞ୍ଚ କରିବା ସମୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଏଥିରେ ସାମିଲ ହୋଇଥିଲେ।
WWW. SOCIALNEWSODIA.INFO
0 Comments