Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି; ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୮ ମାସ ବୃଦ୍ଧି କରିବାକୁ ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ଖାଦ୍ୟ ଶସ୍ୟ ମହଜୁଦ ରହିଛି ତେଣୁ ଆଉ ଅଧିକ ମାସ ଯୋଜନାରେ ଚାଉଳ ଯୋଗାଇବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

 


21-NOVEMBER-2021


📌


BY: SRINIBASH ROUT

ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମ୍‌ଜିକେଏଓ୍ବାଇ)କୁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବ ଘୋଷଣା ଅନୁଯାୟୀ ୭ ମାସ ମାଗଣା ରାସନ ଦିଆଯାଇଥିବା ବେଳେ ଏହାକୁ ଆହୁରି ୮ ମାସ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।



ମୁଖ୍ୟମନ୍ତ୍ରୀ ଚିଠିରେ କହିଛନ୍ତି, ମହାମାରୀର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଟଳିନି। ଦେଶରେ ଏବେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ରହିଛି। ତେଣୁ ଲୋକଙ୍କ ପାଇଁ ଡିସେମ୍ବର ମାସରୁ ଆହୁରି ୮ ମାସ ମାଗଣା ରାସନ ଦେବାକୁ ସେ ନିବେଦନ କରିଛନ୍ତି।


ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ମୁଣ୍ଡପିଛା ମାସକୁ ୫ କିଲୋ ଚାଉଳ ଓ କାର୍ଡ ପିଛା ୧ କିଲୋ ଡାଲି ମାଗଣାରେ ଯୋଗାଇ ଦିଆଯାଉଛି।










www.socialnewsodiaofficial.blogspot.com

Post a Comment

0 Comments