Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା, ୨ ଗିରଫ; ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣାର ପ୍ରମାଣ ଲାଗିଲା କ୍ରାଇମବ୍ରାଞ୍ଚ୍ ଟିମ୍ ହାତରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ୍ - ଦୁଇ ଅଭିଯୁକ୍ତ ହେଉଛନ୍ତି ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ ।


 

25-DECEMBER-2021


📌


BY: SRINIBASH ROUT

ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା ।ଏହି ଘଟଣାର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ୍ ଟିମ୍ ହାତରେ ।ଶୁକ୍ରବାର ୨୪ ତାରିଖ କ୍ରାଇମବ୍ରାଞ୍ଚ୍ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଜଗନ୍ନାଥ ଷଡଙ୍ଗୀ ଓ ଅଶୋକ ଉପାଧ୍ୟାୟ ।ଏମାନଙ୍କ ବିରୋଧାରେ ଦଫା ୩୦୨, ୧୨୦ (ବି) ୨୦୧ ଓ ୩୪ରେ ମାମଲା ରୁଜୁ କରାଯାଇଛି । କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଥିବା ବେଳେ ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି, ସେ ନେଇ ତଦନ୍ତ ଚାଲିଛି ।ଅଭିଯୁକ୍ତ ଦ୍ୱୟ ଙ୍କୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ୍ ଅଧିକ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।



ସୂଚନା ଅନୁସାରେ, ପୁରୀ ମାଟିଆପଡ଼ା ଅଂଚଳର ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜଗାଙ୍କ ଘରେ ଏକ ଭୋଜି ଆୟୋଜିତ ହୋଇଥିଲା ।ଉକ୍ତ ଭୋଜିକୁ ମୃତ ଚିତରଞ୍ଜନ ପଲେଇ ମଧ୍ୟ ଯାଇଥିଲେ ।ଏହା ପରଠାରୁ ସେ ଆଉ ଘରକୁ ଫେରିନଥିଲେ ।ରବିବାର ଯାଏ କୌଣସି ପତା ନମିଳିବାରୁ ଏନେଇ ପରିବାର ଲୋକେ ସଦର ଥାନାରେ ନିଖୋଜ ଅଭିଯୋଗ କରିଥିଲେ ।ପୋଲିସ ଖୋଜା ଖୋଜି କରୁଥିବା ବେଳେ ସୋମାବାର ଭାର୍ଗବୀ- ନୂଆନଈରୁ ତାଙ୍କ ମୃତଦେହ ମିଳିଥିଲା ।ଘଟଣାକୁ ନେଇ ପ୍ରଥମେ ପୋଲିସ ଓ ଏସଆଇଟି ଟିମ୍ ପରେ କ୍ରାଇମବ୍ରାଞ୍ଚ୍ ଟିମ୍ ଏହି ମାମଲାର ତଦନ୍ତ ଭାର ନେଇଥିଲା। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ୫ ଜଣଙ୍କର ଲାଏ ଡିଟେକ୍ସନ କରାଯାଇଥିଲା । 





www. socialnewsodiaofficial.blogspot.com

Post a Comment

0 Comments