Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୩୦ ଜଣଙ୍କୁ ହତ୍ୟା କରି ଜାଳି ଦେଲେ ଯବାନ; କାରେନି ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି କାୟା ରାଜ୍ୟରେ କିଛି ଦିନ ଧରି ହିଂସାକାଣ୍ଡ ବଢିଛି ଏବଂ ସାମରିକ ସରକାର ପକ୍ଷରୁ ଗଣହତ୍ୟା କରାଯାଉଛି -ଶାସନରେ ଥିବା କାବିଜ ସେନା ବିରୋଧରେ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି ।



26-DECEMBER-2021


📌


BY: SRINIBASH ROUT

ମିଆଁମାର ସେନା ଅମାନୁଷିକ ଭାବେ ଲୋକଙ୍କୁ ମାରୁଛି। ପାଖାପାଖି ୩୦ ଜଣଙ୍କୁ ମାରି ହତ୍ୟା କରିବା ପରେ ମୃତଦେହକୁ ଜାଳି ଦେଲେ ଯବାନ ।ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ମୋସୋ ପାଖରେ ଥିବା ଅନେକ ଗାଁ ନିକଟରେ ସଶସ୍ତ୍ର ବଳ ଏବଂ ମିଆଁମାର ସେନା ମଧ୍ୟରେ ସଂଘର୍ଷରୁ ବଞ୍ଚିବା ପାଇଁ ପଳାୟନ କରିଥିଲେ। ଯାହାଙ୍କୁ ସେନା ଯବାନ ଗିରଫ କରିଥିଲେ। ଏହା ପରେ ତାଙ୍କୁ ସେନା ପକ୍ଷରୁ ହତ୍ୟା କରାଯାଇଥିଲା।


ଅନ୍ୟପକ୍ଷରେ ସାମରିକ ବିଭାଗ ପକ୍ଷରୁ କୁହାଯାଇଛି ଯେ ସେମାନେ କେତେକ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ।ସେମାନେ ୭ଟି ଗାଡିରେ ଆସୁଥିବା ବେଳେ ଅଟକାଇବା ସତ୍ତ୍ୱେ ଅଟକି ନଥିଲେ ।ଯାହା ଫଳରେ ସେମାନଙ୍କୁ ଗୁଳି କରାଯାଇଥିଲା ।ଏହି ହତ୍ୟାକାଣ୍ଡ ପରେ ସମସ୍ତ ଶବକୁ ପୋଡ଼ି ଦିଆଯାଇଥିଲା ।ଯେଉଁମାନେ ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଥିବା ଜଣାପଡ଼ିଛି ।





www. socialnewsodiaofficial.blogspot.com

Post a Comment

0 Comments