23-DECEMBER-2021
📌
BY: SRINIBASH ROUT
ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ ହୋଇଛି ।ବିସ୍ପୋରଣ ଏତେ ଭୟଙ୍କ ଥିଲା ଯେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ୪ଜଣ ଗୁରୁତର ହୋଇପଡିଛନ୍ତି ।କୋର୍ଟ ପରିସରରେ କିପରି ଏତେ ବଡ଼ ବିସ୍ଫୋରଣ ହେଲା ତାହାକୁ କେହି ବି ବିଶ୍ୱାସ କରିପାରୁନାହାନ୍ତି ।ତେବେ କେଉଁ କାରଣରୁ ଏତେ ବଡ଼ ବିସ୍ଫୋରଣ ହେଲା ତାହାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।ଏହି ବ୍ଲାଷ୍ଟ କୋର୍ଟର ଦ୍ୱିତୀୟ ମହଲାରେ ହୋଇଛି ।ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।କୋର୍ଟର ଓକିଲ ମାନଙ୍କ ଆନ୍ଦୋଳନ ଚାଲିଥିବାରୁ ଏହି ବ୍ଲାଷ୍ଟ ସମୟରେ ଅଧିକ ସଂଖ୍ୟାକ ଆଇନଜୀବୀ ମାନେ କୋର୍ଟରେ ଉପସ୍ଥିତ ନଥିଲେ ବୋଲି ସୂଚନା ମିଳିଛି ।ଏହି ବିସ୍ଫୋରଣ ପରେ ତଦନ୍ତ ପାଇଁ NIA-NSG ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ।
ଏହି ବିସ୍ଫୋରଣ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କ ବୟାନ ଦେଇଛନ୍ତି ।ସେ କହିଛନ୍ତି ଏହା ଏକ ଷଡଯନ୍ତ୍ର । ପଞ୍ଜାବ ନିର୍ବାଚନ ଯେତିକି ପାଖେଇ ଆସୁଛି କିଛି ଦେଶ ବିରୋଧୀ ଶକ୍ତି ଦ୍ୱାରା ଏପରି ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି ଚରଣଜିତ୍ ସିଂ ଚନ୍ନୀ ।ମୁଁ ଘଟଣାସ୍ଥଳକୁ ଯିବି ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀ ।ବିସ୍ଫୋରଣ ଯୋଗୁଁ ପୂରା କୋଠାଟି ନଷ୍ଟ ହୋଇଯାଇଛି।
www. socialnewsodiaofficial.blogspot.com
0 Comments