Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଇ-ପେ ସଂଯୋଗ କାର୍ଯ୍ୟକ୍ରମ; ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବିବିପିଏସ ଓ ଇ-ପେ ସଂଯୋଗ କାର୍ଯ୍ୟକ୍ରମ - ଭାରତ ବିଲ୍ ପେମେଣ୍ଟ ସିଷ୍ଟମ, ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଯୋଜନା ଅଟେ, ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ମୁରୂଗନ ।



28/September/2022


📌


BY: SRINIBASH ROUT 

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଭୁବନେଶ୍ବର ମଣ୍ଡଳ ଆନୁକୁଲ୍ଯରେ ବିବିପିଏସ ଏବଂ ଏସବିଆଇ Epay ର ଲୋକପ୍ରିୟତା ବଢାଇବା ପାଇଁ ଏକ ବଣିକ  ସଂଯୋଗ ସମାରୋହ ବ୍ୟାଙ୍କର ଉଚ୍ଚ ପଦାଧିକାରୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା, ଉପ ମହାପ୍ରବନ୍ଧକ ଶ୍ରୀ ଅମରେନ୍ଦ୍ର କୁମାର ଓ ସଞ୍ଜୟ ଝା ଙ୍କ ଉପସ୍ଥିତିରେ ଏହି ସଭାକୁ ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ମୁରୂଗନ ନିଜ ପ୍ରାରମ୍ଭିକ ଭାଷଣ ଜରିଆରେ ଉଦ୍ଘାଟନ କରିଥିଲେ ।ଏହା ଦ୍ୱାରା ଗ୍ରାହକ ଅତି ସହଜରେ ଏକମାତ୍ର ପୋର୍ଟାଲରେ ବିଭିନ୍ନ ପ୍ରକାର ଦେୟ ଯେମିତି କି ବିଦ୍ୟୁତ୍ ବିଲ୍, ଟେଲିଫୋନ ବିଲ୍, ସ୍କୁଲ୍ ଫିସ୍, ମୁନିସିପାଲିଟି ଟିକସ ଆଦି ପଇଠ କରିପାରିବେ ।ଏହା ଉଭୟ ଗ୍ରାହକ ଏବଂ ବଣିକ ମାନଙ୍କ ପାଇଁ ସୁବିଧାଜନକ ଓ ସୁରକ୍ଷିତ ଅଟେ ।ମୁମ୍ବାଇରୁ ଆସିଥିବା ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପାର୍ଥ ସାରଥି ପାତ୍ର ଏହି ବିଷୟରେ ବଣିକ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।ଶେଷରେ ଉପ ମହାପ୍ରବନ୍ଧକ ଶ୍ରୀ ଅମରେନ୍ଦ୍ର କୁମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।




https://socialnewsodiaofficial.blogspot.com

Post a Comment

0 Comments