24/September/2022
📌
BY: SRINIBASH ROUT
ପୂଜା ପାଇଁ ୫ ହଜାର ଟଙ୍କା ଚାନ୍ଦା ନଦେବାରୁ କାଟିଦେଲେ ଲାଇନ୍ ।ଏଭଳି ଅଭିଯୋଗ ଆସିଛି ବନ୍ଦର ନଗରୀ ପାରାଦୀପ ର ଷଣ୍ଡକୁଦ ବସ୍ତି ଅଞ୍ଚଳରୁ ।ବସ୍ତିରେ ଏକ ଗରିବ ପରିବାର ଉପରେ ଏଭଳି ଜୁଲମ କରାଯାଇଥିବା ଓ ତାଙ୍କୁ ଜୀବନରେ ମାରିଦେବାର ଧମକ ଦିଆଯାଇଥିବା ରାଜେଶ କୁମାର ବାଇ ଜଟାଧାରୀ ମୁହାଣ ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ।ଗତକାଲି ଅର୍ଥାତ୍ ଶୁକ୍ରବାର ଠାରୁ ପୋଲିସର ସହାୟତା ମାଗିଥିବା ବେଳେ ଅଦ୍ୟାବଧି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବା ଏବଂ ଓଲଟା ପୂଜା କମିଟିର କିଛି ମୁଷ୍ଟିମେୟ ଲୋକଙ୍କୁ ଧରି ଥାନା ରେ ସମ୍ପୃକ୍ତ ଯୁବକକୁ କେଶ୍ ଉଠାଇ ଆଣିବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି ।ତେବେ ପୋଲିସ ଉଭୟ ପକ୍ଷଙ୍କୁ ଡ଼ାକି ଆପୋଷ ସମାଧାନ କରିଥିବା ଜଣାପଡ଼ିଛି। ଆଜି ଅର୍ଥାତ୍ ଶନିବାର ସନ୍ଧ୍ୟା ସୁଦ୍ଧା ଲାଇନ୍ ସଂଯୋଗ କରାଯିବ ବୋଲି ବସ୍ତି କମିଟି ପକ୍ଷରୁ ସଫେଇ ଦେଇଛନ୍ତି।
https://socialnewsodiaofficial.blogspot.com
0 Comments