Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପଞ୍ଚାୟତରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ, ସଫେଇ କଲେ ଜନ ପ୍ରତିନିଧି - ବିଶେଷ କରି ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ ଓ ଏହାର ପୁନଃ ବିନିଯୋଗ ନେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କୁ ବୁଝାଇଥିଲେ, ଜନ ପ୍ରତିନିଧି ।



26/September/2022


📌


BY: SRINIBASH ROUT 

ହାତରେ ଝାଡ଼ୁ ଧରି ସଫେଇ କରିବା ସହ ଗ୍ରାମବାସୀଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ଜନ ପ୍ରତିନିଧି ଏବଂ ସରକାରୀ କର୍ମଚାରୀ ।‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅବସରରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।ଓଡ଼ଗାଁ ବ୍ଲକ୍ ଉପାଧ୍ୟକ୍ଷା ତଥା କୋମଣ୍ଡ ସମିତି ସଭ୍ୟା ମୀରା ନାୟକ, ସରପଞ୍ଚ ଦୀପିକା ସେଠୀ, ମାଷ୍ଟର ଟ୍ରେନର ଶାନ୍ତନୁ କୁମାର ସ୍ୱାଇଁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସେଠୀ, କନିଷ୍ଠ ଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ସାଥୁଆ ମହାପାତ୍ର ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।ଗ୍ରାମ ରୋଜଗାର ସେବିକା ସୁମିତ୍ରା ରଣା, ଏମବିକେ ସନ୍ଧ୍ୟାରାଣୀ ବେହେରା, ସିଆରପି ସ୍ଵର୍ଣ୍ଣଲତା ସାହୁ, ବାସନ୍ତୀ ସାହୁ, ସଂଯୁକ୍ତା ଦଳେଇ, କୌଶଲ୍ୟା ନାୟକ, ଅଙ୍ଗନବାଡ଼ି ମିଶ୍ର ମଞ୍ଜୁଲତା ମିଶ୍ର, ଆଶା କର୍ମୀ ରେଣୁବାଳା ସେଠୀ ଓ ମହିଳା ସଭାନେତ୍ରୀ ନିବେଦିତା ଦାସ ମଧ୍ୟ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକମାନଙ୍କୁ ସେଚତନ କରିଥିଲେ ।ଏହାସହ ଅଭିଯାନରେ ସାମିଲ ହୋଇ ପ୍ରତି ଗାଁ ଓ ସାହିରେ ଲୋକମାନଙ୍କୁ ବୁଝେଇବାକୁ ପରାମର୍ଶ ଦେଇଥିଲେ ।ପରିବେଶ ସଫା ରଖିବା ସହ ଡ଼ଷ୍ଟବିନ ବ୍ୟବହାର, ପଲିଥିନ ବର୍ଜନ ନେଇ ପଥପ୍ରାନ୍ତ ସଭା କରି ଲୋକଙ୍କୁ ବୁଝାଇଥିଲେ ।ଏହାସହ ଅଭିଯାନରେ ସାମିଲ ହୋଇ ପ୍ରତି ଗାଁ ଓ ସାହିରେ ଲୋକମାନଙ୍କୁ ବୁଝେଇବାକୁ ପରାମର୍ଶ ଦେଇଥିଲେ ।ପରିବେଶ ସଫା ରଖିବା ସହ ଡ଼ଷ୍ଟବିନ ବ୍ୟବହାର, ପଲିଥିନ ବର୍ଜନ ନେଇ ପଥପ୍ରାନ୍ତ ସଭା କରି ଲୋକଙ୍କୁ ବୁଝାଇଥିଲେ ।


https://socialnewsodiaofficial.blogspot.com

Post a Comment

0 Comments