Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଭିଜିଲାନ୍ସ ଜାଲରେ ବିଡ଼ିଓ ବିନୋଦ କୁମାର ନାଏକ; ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ବାବଦକୁ ୧ ଲକ୍ଷ ୮୦ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ ବିଭାଗ - ତେବେ ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ବିଡ଼ିଓ ।

 


28/September/2022


📌


BY: SRINIBASH ROUT

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗୁଡଭେଲା ବିଡ଼ିଓ ବିନୋଦ କୁମାର ନାଏକ ।ତେବେ ଲାଞ୍ଚୁଆ ଗୁଡ଼ଭେଲା ବିଡିଓ ବିନୋଦ ନାଏକଙ୍କୁ ଧରିଲା ଭିଜିଲାନ୍ସ। ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଗିରଫ ହୋଇଛନ୍ତି ବିଡ଼ିଓ ।ସରକାରୀ କ୍ୱାର୍ଟର୍ସ ମରାମତି ଠିକା ଦେବାକୁ ସେ ଲାଞ୍ଚ ନେଉଥିଲେ। ବିଡ଼ିଓ ଜଣକ ଲାଞ୍ଚ ମାଗିଥିବା ନେଇ ସଂପୃକ୍ତ ଠିକାଦାର ସମ୍ବଲପୁର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଗୁଡ଼ଭେଲା ଠାରେ ଏକ ସରକାରୀ କ୍ୱାର୍ଟର୍ସ ୩୦ ଲକ୍ଷ ଟଙ୍କା ବ୍ୟୟରେ ମରାମତି କରାଯିବାକୁ ଟଙ୍କା ମଞ୍ଜୁର ହୋଇଥିଲା। ଏହି ପ୍ରକଳ୍ପର ଠିକା କାମ ଦେବାକୁ ଠିକାଦାରଙ୍କୁ ବିଡିଓ ୫ ପ୍ରତିଶତ ହିସାବରେ ୧.୮୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଠିକାଦାର ଜଣକ ପୂର୍ବରୁ ୩୦ ହଜାର ଟଙ୍କା ଦେଇଥିଲେ। ବାକି ଟଙ୍କା ତୁରନ୍ତ ଦେବାକୁ ବିଡ଼ିଓ ଚାପ ପକାଇବା ପରେ ଠିକାଦାର ଭିଜିଲାନ୍ସରେ ଫେରାଦ ହୋଇଥିଲେ। ତେବେ ବିଡ଼ିଓ ଲାଞ୍ଚ ନେବା ବେଳେ ଭିଜିଲାନ୍ସ କାବୁ କରିବା ସହ ତାଙ୍କ ସମ୍ପୃକ୍ତି ଥିବା ୩ଟି ସ୍ଥାନରେ ମଧ୍ୟ ଚଢ଼ାଉ କରିଥିବା ପ୍ରାଥମିକ ସୂଚନାରେ କୁହାଯାଇଛି ।



https://socialnewsodiaofficial.blogspot.com

Post a Comment

0 Comments