Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଗାଜଲବାଡ଼ି ଘାଟିରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ; ଖବର ଅନୁସାରେ, ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଦାରିଙ୍ଗବାଡ଼ି ସ୍ଥିତ ଡବେରି ଠାରେ ଚେକ୍ ପୋଷ୍ଟ କରାଯାଇ ଭାରି ଯାନକୁ ଏହି ରାସ୍ତାରେ ଅନୁମତି ଦିଆଯାଉନାହିଁ ।

 


24/September/2022


📌


BY: SRINIBASH ROUT 

ଲଘୁଚାପ ଜନିତ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ୍ ନିକଟସ୍ଥ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି ।ଗୋପାଳପୁର-ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥ ସ୍ଥିତ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହେବା ଫଳରେ ରାସ୍ତା ଧସିବା ସହ ପାହାଡ଼ରୁ ପଥର ଖସିଥିବା ଦେଖିବାକୁ ମିଳିଛି ।ଯାହା ଫଳରେ ଭାରିଯାନ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଯାହା ଫଳରେ ଉକ୍ତ ଦାରିଙ୍ଗବାଡ଼ି ଠାରୁ ସୋରଡା, ଆସ୍କା, ବ୍ରହ୍ମପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ଉକ୍ତ ରାସ୍ତା ଦେଇ କେବଳ ଦୁଇ ଚକିଆ ଯାନକୁ ହିଁ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଅନୁମତି ଦିଆଯାଉଛି ।ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଦାରିଙ୍ଗବାଡ଼ି ସ୍ଥିତ ଡବେରି ଠାରେ ଚେକ ପୋଷ୍ଟ କରାଯାଇ ଭାରି ଯାନକୁ ଏହି ରାସ୍ତାରେ ଅନୁମତି ଦିଆଯାଉନାହିଁ ।ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଙ୍କ ନେତୃତ୍ୱ କ୍ରମେ ପୋଲିସ ଫୋର୍ସ ଉକ୍ତ ଚେକ୍ ପୋଷ୍ଟରେ ଜଗି ରହିଛନ୍ତି ।ଏହି ଭଳି ଭାବେ ସୋରଡା ପୋଲିସ ପକ୍ଷରୁ ମଧ୍ୟ ଭାରିଯାନ ସୋରୋଡା ଠାରୁ ଦାରିଙ୍ଗବାଡ଼ିକୁ ଛଡ଼ା ଯାଉନାହିଁ ।ଏଣୁ ସମସ୍ତ ଗାଡ଼ି ଭଞ୍ଜନଗର, କଳିଙ୍ଗା, ଉଦୟଗିରି ଦେଇ ଯାତାୟାତ କରିପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।




https://socialnewsodiaofficial.blogspot.com

Post a Comment

0 Comments