Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଅଙ୍ଗନଓ୍ବାଡ଼ି କର୍ମୀ, ସହାୟିକାଙ୍କ ପ୍ରୋତ୍ସାହନ ରାଶି ବଢ଼ିଲା; ରାଜ୍ୟ ସରକାର ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ବଡ଼ ଘୋଷଣା କଲେ- ଅଙ୍ଗନଓ୍ବାଡ଼ି କର୍ମୀ ସେବା ନିବୃତ ବେଳେ ୨୦ହଜାର ଟଙ୍କା ବଦଳରେ ଏକକାଳୀନ ପ୍ରୋତ୍ସାହନ ରାଶି ୪୦ ହଜାର ଟଙ୍କା ପାଇବେ ।
ଆସିଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା; ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ, ଏଥିସହ ଅନୁସୂଚିତ ଜାତି/ଜନଜାତି ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ ତାଲିକା ମଧ୍ୟ ପ୍ରକାଶ ପାଇଛି- କେବଳ ନିର୍ବାଚନ ତାରିଖ ଘୋଷଣା କରାଯିବା ବାକି ରହିଛି ।
ଶବଦାହ ଉପରେ କଟକଣା; କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗୁ ହେଲା ଆସନ୍ତା ସୋମବାର ଠାରୁ ଆଉ ବାହାର ଜିଲ୍ଲାର ଲୋକଙ୍କ ଶବକୁ ଏଠାରେ ସଂସ୍କାର ପାଇଁ ଅନୁମତି ଦିଆଯିବ ନାହିଁ।
 ପୁଣି ୧୧ଟି ସ୍ଥାନ କଣ୍ଟେନ୍‌ମେଣ୍ଟ ଜୋନ୍; ରାଜଧାନୀରେ ଆଉ ପୁଣି ଆଉ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି ଏକାଧିକ କୋଭିଡ୍ ପଜିଟିଭ୍ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ନିଆଗଲା ଏହି ନିଷ୍ପତ୍ତି ।
ପ୍ରଦୀପ ପ୍ରଜ୍ଜ୍ୱଳନ କଲେ ବିଜେପି ରାଜ୍ୟ ସଭାପତି; ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ବ୍ୟାପକ ତ୍ରୁଟି ଓ ତାଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଥିବା ବିପଦ ପ୍ରସଙ୍ଗରେ ତାଙ୍କର ଦୀର୍ଘାୟୁ କାମନା କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଛି ବିଜେପି ।