Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ମାଟ୍ରିକ୍ ପରୀକ୍ଷା ଦେଲେ ବିଧାୟକ: ୭୦ ବର୍ଷ ବୟସରେ ମାଟ୍ରିକ୍ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କୁମାର କହଁର - ବିଧାୟକ ପୂର୍ବରୁ ଦଶମ ପଢ଼ୁଥିବାବେଳେ ପାରିବାରିକ ସମସ୍ୟାରୁ ସେତେବେଳେ ମାଟ୍ରିକ୍ ପରୀକ୍ଷା ଦେଇପାରି ନଥିଲେ ।
ଦାନା ବାନ୍ଧୁଛି ବାତ୍ୟା: ପାଣିପାଗ ବିଭାଗ କହିଲା ୫ରେ ଲଘୁଚାପ, ଆଗକୁ ହେବ ଘନୀଭୂତ - ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା ମଡେ଼ଲ ।
ବଢ଼ୁଛି କରୋନା ସଂକ୍ରମଣ: କିଛି ମାସର ବ୍ୟବଧାନ ପରେ ପୁଣି ରାଜ୍ୟରେ ଉପରମୁହାଁ ହେଉଛି କରୋନା ସଂକ୍ରମିତ ଙ୍କ ସଂଖ୍ୟା, ଦିନକରେ ୧୨ ଜଣ ସଂକ୍ରମିତ ଚିହ୍ନଟ - ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ କଟକଣା ମାନିବାକୁ ପଡ଼ିବ, ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଯୁବକ/ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ସ୍କୁଲ୍ ପରିସରରୁ ଯୁବକ/ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ବ୍ୟାପାରକୁ ନେଇ ଏପରି ଘଟିଥାଇପାରେ ବୋଲି ଲୋକେ ସନ୍ଦେହ କରୁଛନ୍ତି ।
ବାପାଙ୍କୁ ବଳି ଉଦ୍ୟମ: ଗୁପ୍ତଧନ ପାଇବା ପାଇଁ ବାପାକୁ ବଳି ଦେବାକୁ ଉଦ୍ୟମ କରୁଥିବା ପୁଅ ଓ ତନ୍ତ୍ର ସାଧକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି, ସାଧକଙ୍କ ଉପସ୍ଥିତିରେ ବାପାଙ୍କୁ ଘରେ ଫୁଲମାଳ ପକାଇ ବଳି ଦେବାକୁ ଉଦ୍ୟମ କରୁଥିଲା-ପୁଅ।