Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପାଣିମଡା କୁ କେନ୍ଦ୍ର କରି ୩ବଖରା ଘର ଜାଳିଦେଲେ କ୍ଷତି ହୋଇଥିବା ଟଙ୍କାର ମୂଲ୍ୟ




୧୧-୦୭-୨୦୨୦
Bureau

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବିଲିକଣା ପଞ୍ଚାୟତର ତେରେହି ଗ୍ରାମରେ ଆସନ୍ତାକଲି ପୂର୍ବ ବିବାଦକୁ କେନ୍ଦ୍ର କରି  ଗଣ୍ଡଗୋଳ ଘଟିଛି । ସୂଚନା ମିଳିଥିବା ଅନୁସାରେ ଗତି ୮ତାରିଖ ବୁଧବାର ଦିନ ବିଲରେ ପାଣିମଡାକୁ କେନ୍ଦ୍ର କରି ତେରୋହୀ ଗ୍ରାମର ପ୍ରଶାନ୍ତ ମଳିକ ,ଅଭିମନ୍ୟୁ ମଳିକ , ଏବଂ ବିବେକାନନ୍ଦ ମଳିକଙ୍କ ସହ ଗୋଟେ ଗୋଷ୍ଠୀର ଗଣ୍ଡଗୋଳ ହୋଇଥିଲା ।ଏହା ପୂର୍ବରୁ ମଧ୍ୟ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଥିଲା । କିନ୍ତୁ ୮ତାରିଖ ବୁଧବାର ଦିନ ଏହା ଗଣ୍ଡଗୋଳରେ ପରିଣତ ରେ ଘନେଇଥିଲା । ଗତ ୮ ତାରିଖ ଦିନ ଅଭିମନ୍ୟୁ ମଳିକ ନିଜ ଜମିରେ ପାଣି ମଡାଉଥିବା ସମୟରେ ସେହି ଗ୍ରାମର ନିମା ମଲିକ ରିମା ମଳିକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳ ପରେ ନିମା ମଳିକ ରିମା ମଳିକଙ୍କ ସହଯୋଗୀ ମାନେ ଅଭିମନ୍ୟୁଙ୍କ ଘର ଆଗରେ ମାଡ ମାରିଥିଲେ ।ଏହାପରେ ଅଭିମନ୍ୟୁ ମଳିକଙ୍କ ପରିବାର ତରଫରୁ ଥାନାରେ କେସ୍ କରିଥିଲେ । ପୋଲିସ ପହଞ୍ଚି ଘଟଣା ସ୍ଥଳରେ ତଦନ୍ତ କରି ଜିବା ପରେ ପରେ ଗତକାଲି ରାତି ୩:୧୫ସମୟରେ ଅଭିମନ୍ୟୁ  ବିବେକାନନ୍ଦ , ପ୍ରଶାନ ମଳିକ  ଘରେ ଶୋଇଥିବା ସମୟରେ ରିନା ମଳିକ ଏବଂ ନିମା  ମଳିକଙ୍କ ସହଯୋଗୀ ମାନେ ଘରେ ନିଆଁ ଲଗେଇ ଥିଲେ । ଏନେଇ ପ୍ରଶାନ୍ତ ମଳିକଙ୍କ ପତ୍ନୀ ବେଙ୍ଗୁଲୀ ମଳିକ ଥାନାରେ ୧୫ଜଣଙ୍କ ନାମରେ  ଏତଲା ଦେଇଛନ୍ତି । ବ୍ରାସପାର୍ଟି ର ସମସ୍ତ ଲାଇଟ୍ ସରଞାମ କପଡା ପତ୍ର ଟେଣ୍ଟ ପୋଡି ପାଉଁସ ହୋଇଯାଇଛି ।ତାହା ସହ ୫ବସ୍ତା ଚାଉଳ ୩ଭରଣ ଧାନ ନଗଦ ୬୫ହଜାର ଟଙ୍କା ପୋଡିଯାଇଛି ଯାହାର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା ହେବ ।

Post a Comment

0 Comments