Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୮ ଦିନ ପୂର୍ବରୁ ଶେଷ ହେଲା ରାଜ୍ୟସଭା ମୌସୁମୀ ଅଧିବେଶନ ।



ତାରିଖ/-୨୪-୦୯-୨୦୨୦


Editor by/- Srinibash Rout


ପୂର୍ବ ନିର୍ଦ୍ଧାରିତ ସମୟର ଆଠଦିନ ପୂର୍ବରୁ ଶେଷ ହେଲା ରାଜ୍ୟସଭା ମୌସୁମୀ ଅଧିବେଶନ । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ମୌସୁମୀ ଅଧିବେଶନର ନିର୍ଦ୍ଧାରିତ ସମୟର ଆଠ ଦିନ ପୂର୍ବରୁ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଅକ୍ଟୋବର ୧ରେ ଶେଷ ହେବାର ଥିଲା । ତେବେ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସରକାର ନିଷ୍ପତି ନେଇଛନ୍ତି ବୋଲି ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ କହିଛନ୍ତି । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ରାଜ୍ୟସଭାର ୧୦ ଦିନିଆ ଅଧିବେଶନରେ ୨୫ଟି ବିଲ ପାରିତ ହେବା ସହିତ ୬ଟି ବିଲ ଗୃହରେ ଉପସ୍ଥାପିତ ହୋଇଛି ବୋଲି ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡ଼ୁ କହିଛନ୍ତି । ଏହାସହିତ ସେ କହିଛନ୍ତି ଚଳିତ ବର୍ଷ ଅଧିବେଶନରେ ରାଜ୍ୟସଭାର କାର୍ଯ୍ୟଧାରା ଶତ ପ୍ରତିଶତରୁ ଅଧିକ ରହିଥିଲା । ଗତ ରବିବାର ଦିନ କୃଷି ବିଲ ପାସ ହେବା ସମୟରେ ଘଟିଥିବା ଘଟଣା ଭବିଷ୍ୟତରେ ଯେମିତି ପୁନରାବୃତ୍ତି ନ ହୁଏ ସେ ସଂପର୍କରେ ସଦସ୍ୟମାନଙ୍କୁ ଅନୁରୋଧ କରି କହିଥିଲେ ଏବଂ ଏହି ମହାମାରୀ ବିରୁଦ୍ଧରେ ଲଢେଇ କରୁଥିବା ଯୋଦ୍ଧାମାନଙ୍କର ଭୁମିକାକୁ ମଧ୍ୟ ଶ୍ରୀ ନାଇଡ଼ୁ ପ୍ରସଂସା କରିଥିଲେ ।



www.socialnewsodia.info

Post a Comment

0 Comments