30-NOVEMBER-2021
🌐
BY: SRINIBASH ROUT
ବିଜେପି ପକ୍ଷରୁ ଓଡ଼ିଶା ରାଜ୍ୟ କୋର୍ କମିଟି ଘୋଷଣା ହୋଇଛି। ଏହି କମିଟିରେ ମୋଟ୍ ୧୭ଜଣ ସ୍ଥାନ ପାଇଥିବା ବେଳେ ଏଥିରେ ରାଜ୍ୟ ପ୍ରଭାରୀ ଡ.ପୁରନ୍ଦେଶ୍ବରୀ ଏବଂ ସହ ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ।
ରାଜ୍ୟ କୋର୍ କମିଟିରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଶେଶ୍ବର ଟୁଡୁ, ସାଂସଦ ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, କେ.ଭି ସିଂହଦେଓ, ରାଜ୍ୟ ସାଧାରଣ ସମ୍ପାଦକ ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସମ୍ପାଦିକା ସୁରମା ପାଢ଼ୀ ପ୍ରମୁଖ ସ୍ଥାନ ପାଇଛନ୍ତି ।
(କମିଟିରେ ନାହାନ୍ତି ଅପରାଜିତା ଷଡ଼ଙ୍ଗୀ ଏବଂ ବିଜୟ ମହାପାତ୍ର)
www.socialnewsodiaofficial.blogspot.com

0 Comments