Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବର୍ଷାରେ ଭିଜି ଡିୟୁଟି କରୁଥିବା ଟ୍ରାଫିକ୍ ପୁଲିସକୁ ଏଭଳି ସମ୍ମାନିତ କଲେ ଡିଆଇଜି ।

 


Date/-10-09-2020


ଗତ ମଙ୍ଗଳବାର ଅପରାହ୍ନରେ ପାଟନାରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ହେତୁ ଟ୍ରାଫିକ ଜାମ ହୋଇଯାଇଥିଲା। ଏହି ଜାମ୍ ହେତୁ ଯେପରି ଲୋକମାନଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଟ୍ରାଫିକ ପୁଲିସର ଜଣେ ଯବାନ ବର୍ଷାରେ ଭିଜି ନିଜ କର୍ତ୍ତବ୍ୟ ପାଳନ କରିଥିଲେ।


ପାଟଣାର ଅନିସାବାଦ ଗୋଲମବରରେ ଅଶୋକ କୁମାର ନାମକ ଜଣେ ଟ୍ରାଫିକ୍ ପୁଲିସ ନିଷ୍ଠାର ସହ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି। ଉକ୍ତ ପୁଲିସ କର୍ମଚାରୀ ଜଣକ ପ୍ରବଳ ବର୍ଷାରେ ଭିଜି ନିଜ କର୍ତ୍ତବ୍ୟ ପାଳନ କରୁଥିଲେ। ଏହି ସମୟରେ ବିହାରର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ବିକାଶ ବୈଭବ ଗାଡ଼ିରେ ଯାଉଥିଲେ।


ବିକାଶ ବୈଭବଙ୍କ ନଜର ବର୍ଷାରେ ଭିଜି ଡ୍ୟୁଟି କରୁଥିବା ଯବାନଙ୍କ ଉପରେ ପଡ଼ିଥିଲା। ସେ ତୁରନ୍ତ କାରରୁ ଓହ୍ଲାଇ ନିଜ ଅଙ୍ଗରକ୍ଷୀଙ୍କୁ ପଠାଇ ଅଶୋକଙ୍କୁ ଡକାଇଥିଲେ। ଡିଆଇଜି ବିକାଶ ବୈଭବ ଟ୍ରାଫିକ୍ ପୁଲିସ ଅଶୋକଙ୍କୁ ଦେଖି ଖୁସି ହେବା ସହ ଉତ୍ସାହିତ କରି ୨୫୦୦ଟଙ୍କା ଉପହାର ଦେଇଥିଲେ। ଏଥିସହିତ ଡିଆଇଜି ତାଙ୍କ ନାମ ଏବଂ ଠିକଣା ପଚାରି ବୁଝିଥିଲେ।


ଡିଆଇଜି ବିକାଶ ବୈଭବ ଏହି ଘଟଣାକୁ ନିଜ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ କରିଥିଲେ। ଏହି କାର୍ଯ୍ୟକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପ୍ରଶଂସା ମଧ୍ୟ କରୁଛନ୍ତି।


ଶ୍ରୀନିବାସ ରାଉତ 🇮🇳(୯୪୩୯୮୮୩୧୬୫)📞

Post a Comment

0 Comments