Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଆକ୍ସନ ମୋଡକୁ ଆସିଛି C.B.I; ଅନ୍‌ଲାଇନରେ ଶିଶୁଙ୍କ ପ୍ରତି ବଢ଼ୁଥିବା ଯୌନ ଶୋଷଣ ମାମଲା ବଢ଼ିବାରୁ ଆକ୍ସନ ମୋଡକୁ ଆସିଛି ସିବିଆଇ ୧୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାୟ ୭୬ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ)।

 


17-hNOVEMBER-2021


📌


BY: SRINIBASH ROUT

ସିବିଆଇ ପକ୍ଷରୁ ଆଜି ଅର୍ଥାତ୍ ମଙ୍ଗଳବାର ୧୬ ତାରିଖ ଅନଲାଇନ୍ ଶିଶୁ ଯୌନ ଶୋଷଣ ମାମଲାରେ ଦେଶର ମୋଟ ୭୬ଟି ସ୍ଥାନରେ ଯାଞ୍ଚ କରାଯାଉଛି। ଅନଲାଇନ୍ ଶିଶୁ ଯୌନ ନିର୍ଯ୍ୟାତନା ଓ ଶୋଷଣକୁ ନେଇ ଦେଶର ୧୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାୟ ୭୬ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ)। ସିବିଆଇ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ୧୪ ନଭେମ୍ୱରରେ ଏହି ମାମଲାରେ ମୋଟ ୮୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।୮୩ଅଭିଯୁକ୍ତଙ୍କ ବିରୋଧରେ ୨୩ଟି ପୃଥକ ମାମଲା ରୁଜୁ କରିଯାଇଛି। ଯାହାର ତଦନ୍ତ ଏବେ ଆରମ୍ଭ କରାଯାଇଛି। ତଦନ୍ତ ସମାପ୍ତ ହେବା ପରେ ଘଟଣାକୁ ନେଇ ଅଧିକ ସୂଚନା ମିଳିବ ଆସିବ ବୋଲି ଜଣେ ଅଧିକାରୀ କହିଛନ୍ତି। କେବଳ ଓଡ଼ିଶା ନୁହେଁ ଅନ୍ୟ ୧୩ଟି ରାଜ୍ୟ ଓ କେନ୍ଦ୍ରର ଶାସିତ ଅଞ୍ଚଳରେ ମଧ୍ୟ ସଂସ୍ଥା ପକ୍ଷରୁ ଖୋଳତାଡ଼ କରାଯାଉଛି। ଅନ୍‌ଲାଇନରେ ଶିଶୁଙ୍କ ପ୍ରତି ହେଉଥିବା ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା। ୨୩ଟି ଭିନ୍ନ ଭିନ୍ନ ମାମଲାରେ ୮୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ସିବିଆଇ। ନ୍ୟାସନାଲ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ପକ୍ଷରୁ ଜାରି ପରିସଂଖ୍ୟାନ ମୁତାବକ ସାରା ଦେଶରେ ଶିଶୁଙ୍କ ବିରୋଧରେ ସାଇବର କ୍ରାଇମ୍ ୨୦୧୯ ତୁଳନାରେ ୨୦୨୦ରେ ୪ଶହ ପ୍ରତିଶତ ଠାରୁ ଅଧିକ ବଢ଼ି ସାରିଛି ।ଏଥିରେ ଅଧିକାଂଶ ମାମଲା ଯୌନ କାର୍ଯ୍ୟରେ ପିଲାଙ୍କୁ ଦେଖାଯାଇଥିବା ସାମଗ୍ରୀର ପ୍ରକାଶନ ଓ ପ୍ରସାରଣ ସମ୍ପର୍କିତ ରହିଛି ।


ମଙ୍ଗଳବାର ୧୫ ତାରିଖ ସକାଳେ ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ଦିଲ୍ଳୀ, ଉତ୍ତର ପ୍ରଦେଶ, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡ଼ୁ, ରାଜସ୍ଥାନ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କ ଘରେ ତନଖି କରିଛି ସିବିଆଇ ।










www.socialnewsodiaofficial.blogspot.com

Post a Comment

0 Comments