Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଶାହାରୁଖ୍‌ଙ୍କ ପୁଅ ଆର୍ୟନ ଗିରଫ; ରାତି ଅଧରେ ରେଭ୍ ପାର୍ଟିରେ ସାମିଲ ଥାଇ ଧରାପଡ଼ିବାରୁ ହେଲେ ଗିରଫ ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ପକ୍ଷରୁ ଚଢାଉ କରାଯାଇଥିଲା।












04-OCTOBER-2021


📌


reporter: SRINIBASH ROUT

ମୁମ୍ବାଇ ଜାହାଜରୁ ଡ୍ରଗ୍ସ ଜବତ ହେବା ପରେ ବଲିଉଡ୍ ତାରକା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ରବିବାର (୦୩-ଅକ୍ଟୋବର-୦୨୧) ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ୍ କରିଛି। ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଏନସିବି ଗିରଫ୍ କରିଛି। 


ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କ ନେତୃତ୍ବରେ କ୍ରୁଜରେ ଶନିବାର(୦୨- ଅକ୍ଟୋବର-୦୨୧)ରାତିରେ ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ପକ୍ଷରୁ ଚଢାଉ କରାଯାଇଥିଲା। ଏହି ସମୟରେ ଆଉ ୧୦ ଜଣଙ୍କ ସମେତ ଶାହାରୁଖ ଖାନଙ୍କ ପୁଅଙ୍କୁ ମଧ୍ୟ ଏନସିବି ଅଧିକାରୀ ଧରିଥିଲେ। 


ଏ ମାମଲାରେ ଆର୍ଯ୍ୟନ୍‌ଙ୍କୁ ଏନ୍‌ସିବି ପଚରାଉଚରା କରିଥିଲା। ଏନସିବି ସୂତ୍ରରୁ ପ୍ରକାଶ ଯେ ଡ୍ରଗ୍ସ ସେବନ କିମ୍ବା ବ୍ୟବହାରରେ ତାଙ୍କର ସମ୍ପୃକ୍ତି ଥିବା ସୂଚନା ଯାଞ୍ଚ ପାଇଁ ଆର୍ୟନ ଖାନଙ୍କ ଫୋନ୍ ମଧ୍ୟ ଜବତ କରାଯାଇଛି। ଗିରଫ ପରେ ଏନସିବି ଆର୍ଯ୍ୟାନଙ୍କ ସମେତ ୮ ଜଣଙ୍କ ଡାକ୍ତରୀ ପରୀକ୍ଷା କରି କୋର୍ଟରେ ହାଜର କରିଛି ।


ଡ୍ରଗ୍ସ ସେବନ ସହ କିଣାବିକାରେ ସାମିଲ ଥିବାରୁ ଗିରଫ ।

୧୩ ଗ୍ରାମ କୋକେନ, ୨୧ ଗ୍ରାମ ଚରସ, ୨୨ MDMA ବାଟିକା ଜବତ ।

NDPS ଆକ୍ଟରେ ଗିରଫ ନେଇ ମୁମ୍ବାଇ ଜୋନାଲ ୟୁନିଟର ସୂଚନା ।



🌐

SOCIAL NEWS ଓଡ଼ିଆ

Post a Comment

0 Comments