Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୭ ହଜାର କୋଟି ଟଙ୍କା କ୍ଷତି ସହିବା ପରେ BIG BAZAAR ବିକିବା ଛଡା ଅନ୍ୟ କିଛି ବିକଳ୍ପ ନଥିଲା: କିଶୋର ବିୟାନୀ ।




ତାରିଖ/-୧୬-୧୦-୨୦୨୦

Editor by/- Srinibash Rout


ଫିଚ୍ୟୁର ଗ୍ରୁପର ସଂସ୍ଥାପକ କିଶୋର ବିୟାନୀ ଶେଷରେ ବିଗ୍‌ବଜାର ବିକିବାର କାରଣ କହିଛନ୍ତି। କୋଭିଡ –୧୯ ମହାମାରୀ ଯୋଗୁଁ ଗତ ତିନି ଚାରି ମାସ ମଧ୍ୟରେ ପାଖାପାଖି ୭ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା। ଯେଉଁଥିପାଇଁ ନିଜର ସମସ୍ତ କାରବାରକୁ ରିଲାଏନ୍ସ ଇଣ୍ଡଷ୍ଟ୍ରୀକୁ ବିକିଥିଲେ କିଶୋର ବିୟାନୀ । ରିଟେଲର  କିଙ୍ଗ୍ ଭାବେ ଜଣାଶୁଣା କିଶୋର ବିୟାନୀ ଅଗଷ୍ଟରେ ଫ୍ୟୁଚର ଗ୍ରୁପର ରିଟେଲ୍ , ହୋଲସେଲ ଲଜିଷ୍ଟିକ୍ସ ଓ ୱେୟାରହାଉସ୍ ବିଜନେସକୁ ୨୪,୭୧୩ କୋଟି ଟଙ୍କାରେ ମୁକେଶ ଅମ୍ୱାନୀଙ୍କ ହାତରେ ବିକ୍ରି କରି ଦେଇଥିଲେ। ରିଟେଲ ସେଗମେଣ୍ଟରେ ବିଗ୍ ବଜାରର ବଡ଼ ନାମ ରହିଛି। ଯାହାଉପରେ ଏବେ ମୁକେଶ ଅମ୍ୱାନୀଙ୍କ ଅଧିକାର ହୋଇଯାଇଛି।


ପ୍ରକୃତ ହେଲା, ୨୦୧୯ ମସିହାର ପୂର୍ବରୁ କିଶୋର ବିୟାନୀଙ୍କର ବ୍ୟବସାୟ ଖୁବ୍ ଦୃତ ଗତିରେ ଚାଲିଥିଲା। ହେଲେ ଏହି ବର୍ଷର ଆରମ୍ଭରେ କିଶୋର ବିୟାନୀଙ୍କର ଫ୍ୟୁଚର ଗ୍ରୁପ୍ ଆର୍ଥିକ ସଙ୍କଟରେ ପଡ଼ିଥିଲା। ଏବେ କିଶୋର ବିୟାନୀ କହିଛନ୍ତି କି, କରୋନା ସଙ୍କଟ କାରଣରୁ ଘରୋଇ ରିଟେଲ୍ ଷ୍ଟୋର ବନ୍ଦ ଥିଲା। ଯେଉଁ କାରଣରୁ ୩-୪ ମାସରେ ପାଖାପାଖି ୭,୦୦୦କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିଲା ଏବଂ ଯେଉଁଥି ପାଇଁ ନିଜର କାରବାରକୁ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜକୁ ବିକିବାକୁ ପଡ଼ିଲା।


ବନ୍ଦ ହେବା କାରଣରୁ ସବୁଠୁ ବଡ଼ ସମସ୍ୟା ଭଡ଼ା ନୁହେଁ ବରଂ ବ୍ୟାଙ୍କରୁ ଆଣିଥିବା ଲୋନର ସୁଧ ଥିଲା। ଚଳିତ ବର୍ଷର ଆରମ୍ଭରେ କିଶୋର ବିୟାନୀ ଯେବେ ଫ୍ୟୁଚର ରିଟେଲର କରଜକୁ ଭରିବାରେ ଅସଫଳ ହେଲେ, ବ୍ୟାଙ୍କ କମ୍ପାନୀର ବନ୍ଧକ ରଖିଥିବା ସେୟାରକୁ ଜବତ କରିନେଇଥିଲା। କିଶୋର ବିୟାନୀ କହିଛନ୍ତି, ଗତ ୬-୭ ବର୍ଷରେ ବହୁତ କିଛି ଅର୍ଥ ଅଧିଗ୍ରହଣ କରିଥିଲି। କିନ୍ତୁ କରୋନା ସଙ୍କଟ ସମୟରେ ମୋତେ ଲାଗିଲା କି ଏବେ ବ୍ୟବସାୟରୁ ବାହାରକୁ ବାହାରିବା ଛଡ଼ା ଆଉ କିଛି ରାସ୍ତା ନାହିଁ।


ଉଲ୍ଲେଖନୀୟ ଯେ, ଶାଢ଼ୀ ବ୍ୟବସାୟରୁ ବିଗ୍ ବଜାର ଯାଏ ଯାତ୍ରା କରିଥିବା ମାରୱାଡି ପରିବାରରେ ଜନ୍ମିତ କିଶୋର ବିୟାନୀ ୧୯୮୭ରେ ପାଣ୍ଟାଲୁନ୍ ଆରମ୍ଭ କରିଥିଲେ। ଆର୍ଥିକ ଅଭାବ କାରଣରୁ ସେ ଏହି ବ୍ୟବସାୟକୁ ୨୦୧୨ରେ ଆଦିତ୍ୟ ବିର୍ଲା ଗ୍ରୁପ୍କୁ ବିକି ଦେଇଥିଲେ। ପାଣ୍ଟାଲୁନ୍ ଓ ବିଗ୍ ବଜାରର ଆରମ୍ଭ ବିୟାନୀ କୋଲକତାରୁ ଆରମ୍ଭ କରିଥିଲେ। କିଶୋର ବିୟାନୀ ନିଜର ବ୍ୟବସାୟର ଆରମ୍ଭ ୧୯୮୭ରେ କରିଥିଲେ। ତାଙ୍କର ପ୍ରଥମ କମ୍ପାନୀ ମେନ୍ସ ୱେୟର ଥିଲା।

ଗତବର୍ଷ ଫ୍ୟୁଚର ଗ୍ରୁପ ଅନଲିଷ୍ଟିଡ ଫାର୍ମା ପାଖରେ ୪୯ ପ୍ରତିଶତ ଅଂଶଦାନ କିଣିଥିଲା। ଫ୍ୟୁଚର କୁପନ ଲିମିଟେଡ୍‌, ୩ରୁ ୧୦ ବର୍ଷ ଅବଧି ପରେ ଫ୍ଲାଗସିପ୍‌ ପ୍ୟୁଚର ରିଟେଲ କିଣିବାର ଅଧିକାର ନେଇଥିଲା। ଫିଚ୍ୟୁର ରିଟେଲରେ ଫ୍ୟୁଚର କୁପର ୭.୩ ପ୍ରତିଶତ ଅଂଶଧନ ମଧ୍ୟ ରହିଥିଲା।


www.socialnewsodia.info

Post a Comment

0 Comments