Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୩ ମୁଣ୍ଡ ନେଲା କରୋନା; ରାଜ୍ୟରେ ତଳମୁହାଁ କୋରୋନା ଜନିତ ମୃତ୍ୟୁସଂଖ୍ୟା ମୃତ୍ୟୁ କମୁଛି ସତ ହେଲେ ବ୍ରେକ ଲାଗୁନାହିଁ ପ୍ରତିଦିନ କେହି ନା କେହି ଆକ୍ରାନ୍ତଙ୍କ ଜୀବନ ନେଉଛି କୋରୋନା ରିପୋର୍ଟ ଅନୁସାରେ ଆଜି(ରବିବାର)ଆଉ ୩ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

 







07-NOVEMBER-2021


📌


NEWS EDITOR: Srinibash Rout

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ କାଲିଠାରୁ ଆଜି ଅର୍ଥାତ୍ ରବିବାର ୦୭ ତାରିଖ ରାଜ୍ୟରେ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।


ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୫୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୮୬ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୩୨ଟି ଲୋକାଲ୍‌ କେସ୍‌ ରହିଛି। ସେହିପରି ଅନୁଗୁଳରୁ ୪, ବାଲେଶ୍ବରରୁ ୧୪, ଭଦ୍ରକରୁ ୬, ବଲାଙ୍ଗୀରରୁ ୩, କଟକରୁ ୩୧, ଦେଓଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୨, ଗଞ୍ଜାମରୁ ୪, ଜଗତସିଂହପୁରରୁ ୭, ଯାଜପୁରରୁ ୮,  ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୧୩୯, କୋରାପୁଟରୁ ୫, ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୪, ନୟାଗଡରୁ ୧, ପୁରୀରୁ ୯, ରାୟଗଡାରୁ ୨, ସମ୍ବଲପୁରରୁ ୨୧, ସୁନ୍ଦରଗଡରୁ ୧୦ ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।


ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।ଏହାକୁ ମିଶାଇ ଖୋର୍ଦ୍ଧାର ସମୁଦାୟ ମୃତ୍ୟୁସଂଖ୍ୟା ୧୫୫୧ରେ ପହଞ୍ଚିଛି ।ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ ୫୮ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ସଂକ୍ରମିତ ହୋଇଛନ୍ତି ।


ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୩ ହଜାର ୪୬୯କୁ ବୃଦ୍ଧି ପାଇଛି ।ସଂକ୍ରମଣ କମିଥିଲେ ମଧ୍ୟ ଦିନେ ବଢୁଛି ପୁଣି ଦିନେ କମୁଛି । ମୃତ୍ୟୁସଂଖ୍ୟାର ସମାନ ସ୍ଥିତି ରହିଛି ।ତୃତୀୟ ଲହର ବିପଦ ବି ଟଳିନାହିଁ ।ଶୀତଋତୁରେ ସଂକ୍ରମଣ ବୃଦ୍ଧି ହେବା ସମ୍ଭାବନା ରହିଛି ।ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।ସାମାନ୍ୟ ଢିଲାପଣ ବିପଦକୁ ନିମନ୍ତ୍ରଣ କରିପାରେ ।









https://socialnewsodiaofficial.blogspot.com

Post a Comment

0 Comments