Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଚିଠି; କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପରେ ଏହାର ଉତ୍ତର ରଖିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।




 

04/09/2021


📌


NEWS EDITOR/- Srinibash Rout

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ (Central University) ୟୁଜିସି ଗାଇଡଲାଇନ ଉଲଂଘନ କରି ଆଗୁଆ ନାମଲେଖା ଶେଷ କରିସାରିଛନ୍ତି। ଯାହା ଦ୍ୱାରା ମେଧାବୀ ଛାତ୍ରଛାତ୍ରୀ ରାଜ୍ୟ କିମ୍ବା ରାଜ୍ୟ ବାହାରେ ଅବସ୍ଥିତ  କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖାରୁ ବଞ୍ଚିତ ହୋଇପାରନ୍ତି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆବେଦନ ପାଇଁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସମୟ ଦେବାକୁ ଅନୁରୋଧ କରିଛନ୍ତି। ଅଗଷ୍ଟ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଚିଠି ଲେଖି ଛାତ୍ରଛାତ୍ରୀଙ୍କୁ ସ୍ନାତକ ଶେଷ ସେମିଷ୍ଟାରର ମାର୍କସିଟ୍ ଶୀଘ୍ର ପ୍ରଦାନ ନିମନ୍ତେ ଅନୁରୋଧ କରିଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପରେ ଏହାର ଉତ୍ତର ରଖିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।ଚିଠି ଜବାବରେ ଚିଠି ।କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆବେଦନ ପାଇଁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଉ ବୋଲି ଗୁରୁବାର (୨-୦୯-୨୦୧୨)କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଡ.ଅରୁଣ ସାହୁ। କୌଣସି ମେଧାବୀ ଛାତ୍ରଛାତ୍ରୀ ଯେପରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖାରୁ ବଞ୍ଚିତ ନହୁଅନ୍ତୁ ସେଥିଲାଗି ସୂଚନା ଦେଇଛନ୍ତି। 


ୟୁଜିସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ ପିଜି ପାଠ୍ୟକ୍ରମରେ ନାମଲେଖା (PG Admission 2021) ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହେବା ଆବଶ୍ୟକ। ଆବେଦନକାରୀ ସେମାନଙ୍କ ସ୍ନାତକ ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ଫଳ, ମାର୍କସିଟ୍ ଦାଖଲ କରିବାକୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସମୟ ଦେବା ଆବଶ୍ୟକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ।



socialnewsodiaofficial.blogspot.com

Post a Comment

0 Comments