Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଘର ମରାମତି ପାଇଁ ମିଳିବ ସହାୟତା; ଆବାସ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା, ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ମିଳିବ ମରାମତୀ ଖର୍ଚ୍ଚ- ଏଭଳି ନିଷ୍ପତ୍ତି ନେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ।

 


22-DECEMBER-2021


📌


BY: SRINIBASH ROUT

ଏଣିକି ଘର ମରାମତି ପାଇଁ ସହାୟତା ଦେବେ ସରକାର ।ଏନେଇ ମଙ୍ଗଳବାର ୨୧ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ମିଳିବ । 


କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ୫ ହଜାର ଟଙ୍କା ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।ଉଭୟ ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ।ଯେଉଁଥିରେ ୩୦ ଲକ୍ଷ ପରିବାର ଉପକୃତ ହେବେ ।ଏଥିପାଇଁ ୧୪ ଶହ ୪୪ କୋଟି ଟଙ୍କା ଖର୍ଚ୍ଚ ହେବ ।ବିଜୁ ପକ୍କାଘର ଯୋଜନାରୁ ଏହି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ଯୋଗୁ ଆମର ଗରିବ ଲୋକମାନେ ବହୁତ କଷ୍ଟରେ ଅଛନ୍ତି ।ଘରର ଛୋଟ ଛୋଟ ମରାମତି ଏପରିକି ଘରେ ଚୂନ ଦେବାରେ ଅସୁବିଧା ହେଉଛି ।ଘର ହେଉଛି ଗୋଟିଏ ପରିବାରର ପରିଚୟ ।ଭଲ ଘରଟିଏ ସମସ୍ତଙ୍କ ସ୍ୱପ୍ନ ।ଓଡ଼ିଶା ଉପରେ ସବୁବେଳେ ବାତ୍ୟା, ବନ୍ୟାର ଭୟ ରହୁଛି ।ପ୍ରତିବର୍ଷ ଆମେ ବାତ୍ୟାର ସାମ୍ନା କରୁଛୁ ।ତେଣୁ ଆଶ୍ରୟ ସୁରକ୍ଷା ସବୁ ସୁରକ୍ଷାର ଆଧାର ।ସବୁ ପରିବାରର ମୁଣ୍ଡ ଉପରେ ଛାତ ଥିଲା ବିଜୁବାବୁଙ୍କ ସ୍ୱପ୍ନ ।ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ବିଜୁ ପକ୍କା ଘର ଯୋଜନା ଆରମ୍ଭ କରିଛୁ ।ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ୨୦୧୪ର ଶେଷ କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲୁ ।


ଗ୍ରାମାଞ୍ଚଳରେ ଘର ତିଆରିରେ ଓଡ଼ିଶା ସାରା ଦେଶରେ ଏକ ଆଗୁଆ ରାଜ୍ୟ ।୨୦୧୪ରୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଗୃହ ନିର୍ମାଣ ପାଇଁ ୨୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ।ଗାଁର ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ଦେବା ପାଇଁ ନିଜ ପାଣ୍ଠିରୁ ବିଜୁ ପକ୍କାଘର, ଶ୍ରମିକ ନିର୍ମାଣ ସହ ଖଣି ଅଞ୍ଚଳ ପକ୍କାଘର ଯୋଜନା କରିଛନ୍ତି ।







www. socialnewsodiaofficial.blogspot.com

Post a Comment

0 Comments