Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ; ଓଡ଼ିଶାର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି- ପ୍ରଳୟ ହେଉଛି ଏକ କଠିନ-ଇନ୍ଧନ ଭୂପୃଷ୍ଠରୁ ସର୍ଟ-ରେଞ୍ଜ୍‌ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ।

 


22-DECEMBER-2021


📌


BY: SRINIBASH ROUT

ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ବୁଧବାର ୨୨ ତାରିଖ ପୂର୍ବାହ୍ନରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦ୍ୱୀପ ୪ ନମ୍ବର ଲଞ୍ଚ ପ୍ୟାଡ଼ରୁ ‘ପ୍ରଳୟ’ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି ।ସକାଳ ୧୦ଟା ୨୦ ମିନିଟରେ ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ହୋଇଛି ।ଭାରତର ପ୍ରତିରକ୍ଷା ବିଭାଗ ବିକଶିତ ଯୁଦ୍ଧକ୍ଷେତ୍ର ବ୍ୟବହାର ପାଇଁ ପ୍ରଳୟ ହେଉଛି ଏକ କଠିନ-ଇନ୍ଧନ ଭୂପୃଷ୍ଠରୁ ସର୍ଟ-ରେଞ୍ଜ୍ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ।ଏହା ଏକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ।ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିପାରିବ ପ୍ରଳୟ ।ପ୍ରାୟ ୩୫୦ରୁ ୫ ଶହ କିମି ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ।ସେହିପରି ଏକାସାଙ୍ଗେ ୫ ଶହରୁ ହଜାରେ କିଲୋଗ୍ରାମ ମଧ୍ୟରେ ଯୁଦ୍ଧାସ୍ତ୍ର ବହନ କରି ପାରିବ ସକ୍ଷମ ପ୍ରଳୟ ।






www. socialnewsodiaofficial.blogspot.com

Post a Comment

0 Comments