01-JANUARY-2021
📌
BY: SRINIBASH ROUT
ଛେଳି ଚୋରି କରିବା ଏଏସଆଇଙ୍କୁ ପଡିଲା ମହଙ୍ଗା ।ଛେଳି ଚୋରି କରି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଏସ୍ଆଇ ସୁମନ ମଲ୍ଲିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।ନିଲମ୍ବିତ କଲେ ବଲାଙ୍ଗୀର ଏସ୍.ପି ।ଅଭିଯୋଗ ଅନୁସାରେ, ପୋଲିସ ଏଏସଆଇ ସୁମନ ମଲ୍ଲିକଙ୍କ ନିର୍ଦ୍ଦେଶରେ ପୋଲିସ କର୍ମଚାରି ମାନେ ଏକ ଛେଳି ଚୋରି କରି ଭୋଜି କରୁଥିବା ଅଭିଯୋଗ ହୋଇଥିଲା ।ଶୁକ୍ରବାର ୩୧ ତାରିଖ ସନ୍ଧ୍ୟାରେ ଏକ ଛେଳି ଥାନା ଭିତରକୁ ପଶି ଯାଇଥିଲା ।ହେଲେ ରାତି ପର୍ଯ୍ୟନ୍ତ ଛେଳିଟି ଥାନାରୁ ଫେରି ନଥିଲା ।ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ଛେଳି ନମିଳିବାରୁ ମାଲିକ ଗ୍ରାମବାସୀଙ୍କୁ ସବୁ କଥା କହିଥିଲେ ।ଏହାପରେ ଗ୍ରାମବାସୀ ଏକାଠି ହୋଇ ଥାନା ପରିସରରେ ଖୋଜାଖୋଜି କରିବା ପରେ ପଛପଟେ ରକ୍ତ ଓ ଛେଳିର ହାଡଗୋଡ଼ ପଡ଼ିଥିବା ଦେଖିବାକୁ ପାଇଥିଲେ ।ଏହାପରେ ଛେଳି ମାଲିକ ଥାନାରେ ଅଭିଯୋଗ କରିଥିଲେ ।ସେପଟେ ପୋଲିସ ମାଂସ ଖାଇ ନଥିବା କହି ଓଲଟା ଅଭିଯୋଗକାରୀଙ୍କୁ ଥାନାରେ ଅଟକ ରଖିଥିବାର ଅଭିଯୋଗ ଆସିଥିଲା ।ଏହାପରେ ପରିବାର ଲୋକେ କ୍ଷତିପୂରଣ ଦାବିରେ ଥାନା ଘେରାଉ କରିଥିଲେ ।ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢିବାକୁ ଲାଗିଥିଲା ।ଆଜି ଅର୍ଥାତ୍ ଶନିବାର ୦୧ ତାରିଖ ସକାଳୁ ଘଟଣା ଏସ୍.ପି ନୀତିନ କୁସଲକରଙ୍କ ପାଖରେ ପହଞ୍ଚି ଥିଲା ।ଏହାପରେ ଏସ୍.ପି କାର୍ଯ୍ୟନୁଷ୍ଠାନ ସ୍ବରୂପ ଏଏସଆଇ ସୁମନଙ୍କୁ ଚାକିରିରୁ ନିଲମ୍ବିନ କରିଛନ୍ତି ।ପୋଲିସ ବାବୁ ଚୋରି ଅଟକାଇବେ କ’ଣ ନିଜେ ଚୋରି କରି ନିଲମ୍ବିତ ହୋଇଛନ୍ତି ।
www. socialnewsodiaofficial.blogspot.com
0 Comments