02-JANUARY-2022
📌
BY: SRINIBASH ROUT
ଅନିର୍ଦ୍ଧିଷ୍ଟ କାଳ ଯାଏଁ ୩ ରାଜ୍ୟର ସମସ୍ତ ସ୍କୁଲ କଲେଜ୍ ବନ୍ଦ୍ ରହିବ ।ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଦିଲ୍ଲୀରେ ଦିନକୁ ଦିନ ଓମିକ୍ରନ୍ ଆକ୍ରାନ୍ତଙ୍କ ବଢୁଥିବା ସଂଖ୍ୟାକୁ ଦୃଷ୍ଟିଟିରେ ରଖି ଜାନୁଆରୀ ୧ ରୁ ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ଶୀତ ଛୁଟି ରହିବ। ଅବସ୍ୟ ଦିଲ୍ଲୀର ନର୍ସରୀ ଠାରୁ ଆରମ୍ଭ କରି ୫ମଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ବିଦ୍ୟାଳୟଗୁଡ଼ିକ ଏବେବି ବନ୍ଦ୍ ରହିଛି। ସେହିପରି ହରିୟାଣା ସରକାର ମଧ୍ୟ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀକୁ ରୋକିବା ପାଇଁ ସିନେମା ହଲ, ପ୍ରେକ୍ଷାଳୟ, ବିଦ୍ୟାଳୟ, କଲେଜ, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ ଏବଂ ଜିମ ବନ୍ଦ କରିବାକୁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ, କାର୍ଯ୍ୟାଳୟରେ ୫୦ ପ୍ରତିଶତ ଉପସ୍ଥାନ ସହିତ କାର୍ଯ୍ୟ ସଂଧ୍ୟା ୫ଟାରୁ ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ବ୍ୟତୀତ ମଲ ଏବଂ ବଜାର ସା ପାଞ୍ଚଟା ସମୟରେ ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହ କଟକଣା ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଉତ୍ତର ପ୍ରଦେଶରେ ଓମିକ୍ରନ ସଙ୍କଟକୁ ଦୃଷ୍ଟିରେ ରଖି ନୋଏଡା, ଗାଜିଆବାଦ, ହାପୁର ଏବଂ ଗ୍ରେଟର ନୋଏଡାର ସମସ୍ତ ସ୍କୁଲ କଲେଜ ବନ୍ଦ୍ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶୀତକାଳୀନ ଛୁଟି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଦେଶ ଜାନୁଆରୀ ୧୪ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ପିଲାମାନଙ୍କର ଶିକ୍ଷାକୁ ଧ୍ୟାନରେ ରଖି ଅନଲାଇନ କ୍ଲାସ ପୂର୍ବ ପରି ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।
www. socialnewsodiaofficial.blogspot.com
0 Comments