Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର୍; ନୂଆବର୍ଷରେ ରାଷ୍ଟ୍ରୀୟ ତୈଳ ବିପଣନ କାରୀ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ଓଜନର ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି- କିନ୍ତୁ ଘରୋଇ ଗ୍ୟାସରେ କୌଣସି ପରିବର୍ତ୍ତନ ହୋଇନାହିଁ।

 


01-JANUARY-2022


📌


BY: SRINIBASH ROUT

ଶନିବାର ୦୧ ତାରିଖ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୦୨ ଟଙ୍କା ୫୦ ପଇସା ଶସ୍ତା ହୋଇଛି। ବର୍ତ୍ତମାନ ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୯୯୮ ଟଙ୍କା ନିର୍ଦ୍ଧାରିତ ହୋଇଛି । ଏହା ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଦୋକାନୀଙ୍କ ପାଇଁ କିଛି ମାତ୍ରାରେ ଆଶ୍ୱସ୍ତି ଆଣିଦେବ ବୋଲି କୁହାଯାଉଛି। ଡିସେମ୍ବରରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରରେ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା। ଫଳରେ ଗତ ୨୦୧୨-୧୩ ପର ଠାରୁ ଦ୍ୱିତୀୟ ଥର ପାଇଁ କମର୍ସିଆଲ ଗ୍ୟାସ ଦର ୨୧୦୧ ଟଙ୍କା ସହ ରେକର୍ଡ ସ୍ତରରେ ପହଞ୍ଚିଥିଲା। ଅନ୍ୟପଟେ ହାଣ୍ଡିଶାଳରେ ପୂର୍ବ ପରି ନିଆଁ ଲାଗିଛି। ପୂର୍ବ ପରି ୧୪ କିଲୋଗ୍ରାମ, ୧୦ କିଲୋଗ୍ରାମ ଓ ୫ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।





www. socialnewsodiaofficial.blogspot.com

Post a Comment

0 Comments