Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ରାସ୍ତା ନା ମରଣଯନ୍ତା: ଅଭିଯୋଗ ସବୁ ଜାଣି ମଧ୍ୟ ବିଭାଗୀୟ ଅଧିକାରୀ ବାବୁମାନେ ଆଜି ପର୍ଯ୍ୟନ୍ତ ସମସ୍ୟା ସୁଧାରିବାକୁ ନା ଧରୁ ନାହାଁନ୍ତି - ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ, ଦୋଷ କରୁଛି ବିଭାଗ, ଲୋକେ ଭୋଗୁଛନ୍ତି ।

 


12/August/2022


📌


BY: SRINIBASH ROUT 

ରାସ୍ତା ଅବସ୍ଥା ଶୋଚନୀୟ - ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ।ଖବର ଅନୁସାରେ ବଲାଙ୍ଗୀର ସର୍କିଟ୍ ହାଉସ୍ ଠାରୁ ଆନନ୍ଦ ନିକେତନ ମାର୍ଗ ଦେଇ ବିଶ୍ୱତ୍ମା ବିଦ୍ୟା ମନ୍ଦିର ସ୍କୁଲ ପର୍ଯ୍ୟନ୍ତ ପିଡବ୍ଲୁଡି ରାସ୍ତା ସାଜିଛି ମରଣଯନ୍ତା ।ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ୍ ବସ୍ ଏବଂ ସ୍କୁଲର ଅନେକ କୁନିକୁନି ଛାତ୍ରଛାତ୍ରୀ ସାଇକେଲ ତଥା ପାଦରେଚାଲି ଚାଲି ଯିବା ଆସିବା କରୁଛନ୍ତି ।ନୂତନ ବଲାଙ୍ଗୀର ନିର୍ମାଣ ହେତୁ ଠିକାଦାର ମାନଙ୍କ ର ଜେସିବି, ଏବଂ ବଡ଼ ବଡ଼ ଗାଡ଼ି ଏହି ରାସ୍ତା ଦେଇ ପ୍ରତିଦିନ ଯାଉଛି ।ଅନେକ ଉଚ୍ଚ ପଦାଧିକାରୀ ଅଫିସର୍, ଯନ୍ତ୍ରୀ, ମନ୍ତ୍ରୀ ଏହି ରାସ୍ତା ଦେଇ ଯାଉଛନ୍ତି ।କାମାକ୍ଷା ନଗର, କବାଟ ପଡ଼ା, ନୂଆ ବଲାଙ୍ଗୀର ଦେଇ ବିଯାଖମନ୍ ପର୍ଯ୍ୟନ୍ତ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଯାଉଛନ୍ତି ।ଅନେକ ଭିଆଇପି ଗାଡ଼ି ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରୁଛି ।ରାସ୍ତା ମଝିରେ ବଡ଼ ବଡ଼ ଢୁଡା ଅଛି ।ଖାଲ ଢିପ ଅଛି ।ଗାଡ଼ିରେ ଲଛମନ ଝୁଲା ଭଳି ଦୋଳି ଖେଳି ଖେଳି ଯିବାକୁ ପଡ଼ୁଛି। ରାସ୍ତା ବିପଦିଆ ଅଛି ।ଆନନ୍ଦ ନିକେତନ ମାର୍ଗ ରାସ୍ତାରେ ଷ୍ଟ୍ରିଟ ଲାଇଟ୍ ମଧ୍ୟ ନାହିଁ ।ଜିଲ୍ଲା ପ୍ରଶାସନ ମାନବିକତା ଦୃଷ୍ଟିରୁ ଏହି ରାସ୍ତା କାମକୁ ତ୍ବରାନ୍ବିତ କଲେ ପ୍ରତିଦିନ ସ୍କୁଲକୁ ଯାଉଥିବା କୁନିକୁନି ଛାତ୍ରଛାତ୍ରୀ ମାନେ ସୁରକ୍ଷାରେ ଯାଇପାରନ୍ତେ ।ବିପଦିଆ ରାସ୍ତା ନେତାଙ୍କ ନଜରରେ ଥିଲେ ମଧ୍ୟ ଅଣଦେଖା କରୁଛନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ସରକାରୀ କଳର ଉଦାସୀନତା ଦେଖାଦେଇଛି ।ତଥାପି ନେତା କହୁଛନ୍ତି ବଲାଙ୍ଗୀର ବହୁତ ଆଗକେ ବଢ଼ୁଛେ ।ବଲାଙ୍ଗିର ସହର ବାସିନ୍ଦା ସାବଧାନ ଆଗକେ ୨୦୨୪ ନିର୍ବାଚନ ଆସୁଛେ ।




https://socialnewsodiaofficial.blogspot.com

Post a Comment

0 Comments