Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ବାଚସ୍ପତି ନିର୍ବାଚନ, ନାମାଙ୍କନ ଦାଖଲ କଲେ ବିକ୍ରମ ଆରୁଖ: ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦବୀ ପାଇଁ ବିଜେଡ଼ି ଦଳରୁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଆଗରୁ ସୂଚନା ମିଳିଥିଲା - ଜୁନ୍ ୧୩ ତାରିଖ ବାଚସ୍ପତି ନିର୍ବାଚନ ।
ଜଙ୍ଗଲରୁ ଭାଲୁର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ: ଶବ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ବନ ବିଭାଗ - ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ରିପୋର୍ଟ୍ ଆସିଲେ ଭାଲୁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଇଛି ।
ଭିଜିଲାନ୍ସ ଜାଲରେ ସହକାରୀ ଶିକ୍ଷା ଅଧିକାରୀ: ବକେୟା ଦରମା ରିଲିଜ୍ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା କଟକ ଭିଜିଲାନ୍ସ - ଲାଞ୍ଚ ନେଇ ଧରାପଡିଲେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ୍ ସହକାରୀ ଶିକ୍ଷା ଅଧିକାରୀ ବିପିନ୍ ବିହାରୀ ସିଂହ ।
ରଥ ଯାତ୍ରା ପାଇଁ ଚାଲିବ ସ୍ୱତନ୍ତ୍ର ବସ୍: ରଥଯାତ୍ରା ପାଇଁ କଟକ, ଭୁବନେଶ୍ୱର, ପୁରୀ ମଧ୍ୟରେ ନିୟମିତ ବସ୍ ବ୍ୟତୀତ ପାଖାପାଖି ୧୦୦ଟି ସ୍ୱତନ୍ତ୍ର ବସ୍ ଚଳାଚଳ କରିବ - ଯାତ୍ରୀଙ୍କ ସୁବିଧା ପାଇଁ କଟକ, ପୁରୀ ଓ ଭୁବନେଶ୍ୱରରେ ସୂଚନା କେନ୍ଦ୍ର ଖୋଲାଯିବ ।
ସାଂସଦ ତଥା ଟିଭି ଆଙ୍କର ଆମିର ଲିୟାକତଙ୍କ ଦେହାନ୍ତ: ପ୍ରସିଦ୍ଧ ଟିଭି ଆଙ୍କର ତଥା ପାକିସ୍ତାନର ସାଂସଦ ଆମିର ଲିୟାକତ ହୁସେନଙ୍କ (Aamir Liaquat Hussain) ଦେହାନ୍ତ ହୋଇଛି - ମୃତ୍ୟୁ ବେଳକୁ ୪୯ ବର୍ଷ ବୟସ ହୋଇଥିଲା