Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଏସିଲା ହରିଦାସପୁର - ପାରାଦୀପ ନୂଆ ରେଳପଥ slab ।

 


ତାରିଖ/- ୨୬-୦୮-୨୦୨୦

ସ୍ଥାନ/- ଯାଜପୁର


ହରିଦାସପୁର-ପାରାଦୀପ ନୂଆ ରେଳପଥରେ ଏବେ ମାଲଗାଡି ଚଳାଚଳ ଆରମ୍ଭ ହୋଇଛି । ହେଲେ ରେଳଲାଇନ୍ ବିଭିନ୍ନ ସ୍ଥାନରୁ ମାଟି ଧସିବା ସହିତ ପଥର  packing ଭୁଶୁଡ଼ି ବାରେ ଲାଗିଛି । ହରିଦାସପୁର ଠାରୁ ୨୨ କିମି ଦୂର ପଲାଇ ଗ୍ରାମ ନିକଟରେ ଥିବା ଲଳିତଗିରି ରେଳଷ୍ଟେସନ ଗୃହର ସାମ୍ନା କଂକ୍ରିଟ ପଥର packing ସାଇଟରୁ  ୫୦ ଫୁଟ slab ଭାଙ୍ଗି ପଥର ଭୁଶୁଡ଼ି ଯାଇଛି । ଠିକ୍ ସେହି ସ୍ଥାନରୁ ୨୦୦ ଫୁଟ ଲମ୍ବର ମାଟି ବନ୍ଧ ମଧ୍ୟ ଭୁଶୁଡ଼ି ପଡ଼ିଛି। ରେଳପଥର ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ୮୨.୫ କିମି ଦୀର୍ଘ ଏହି ରେଳପଥ ନିର୍ମାଣ ପାଇଁ ୨୩ ବର୍ଷ ଲାଗିଲା । ଉପକୂଳ ଓଡିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏହା ଅତି ଗୁରୁତ୍ୱପୂର୍ଣ୍ଣ ରେଳପଥ ବୋଲି କୁହାଯାଉଛି। ଏହାର ଅଧିକାଂଶ ନିର୍ମିତ କାର୍ଯ୍ୟ ଏବଂ ଷ୍ଟେସନ ଗୁଡିକର କାମ ମଧ୍ୟ ଶେଷ ହୋଇନାହିଁ । ଗତମାସ ଜୁଲାଇ ୨୪ ତାରିଖରେ ପ୍ରଥମଥର ଏହି ରେଳପଥରେ ପରୀକ୍ଷାମୂଳକ ଭାବେ ବିଦ୍ୟୁତ ଚାଳିତ ରେଳଗାଡ଼ି ଚଳାଚଳ କରିଥିଲା । ପଲାଇ ଗ୍ରାମଠାରୁ ଥିବା ଲଳିତଗିରି ରେଳଷ୍ଟେସନ ବିଧିବଦ୍ଧ ଭାବେ ଜୁଲାଇ ୩୦ ତାରିଖରୁ କାର୍ଯ୍ୟକ୍ଷମ ହୋଇଥିବା ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଶ୍ରୀନିବାସ ରାଉତ ( ସାମ୍ବାଦିକ )

୯୪୩୯୮-୮୩୧୬୫

Post a Comment

0 Comments