ତାରିଖ/-୧୯-୦୯-୨୦୨୦
ଜଳେଶ୍ଵର 📍
ସରକାରଙ୍କ ନାଲି ଆଖି ଆଉ କରୋନାର ଉଗ୍ର ରୂପକୁ ଖୁବ୍ ପାଖରୁ ଦେଖିବା ସତ୍ତ୍ୱେ ଚାଲିଛି କରୋନା ଗାଇଡଲାଇନ୍ର ଖୋଲାଖୋଲି ଉଲ୍ଲଂଘନ । ବିଳମ୍ବିତ ରାତି ଯାଏ ଜମୁଛି ନାଚ ଗୀତର ଆସର । ଡିଜେ ବାଜିବା ସହ ଢେର ସମୟ ପର୍ଯ୍ୟନ୍ତ ଚାଲୁଛି ଧମାକେଦାର ନାଚ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନିମାତପୁର ହାଟରେ ଗତ ଗୁରୁବାର ଏପରି ଆସର ଜମିଥିବା ବେଳେ ଗତକାଲି ରାତିରେ ଏହାର ପୁନରାବୃତ୍ତି ହୋଇଥିଲା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଚଉମୁଖ ପଞ୍ଚାୟତ ଟାଓ୍ୱାର ଛକ ନିକଟରେ।
ବାଲିଆପାଳ ବ୍ଲକ ଚଉମୁଖ ପଞ୍ଚାୟତ ଟାଓ୍ୱାର ଛକ ନିକଟରେ ଆୟୋଜିତ ବିଶ୍ୱକର୍ମା ଭସାଣି ଶୋଭାଯାତ୍ରାରେ କରୋନା ଗାଇଡଲାଇନ୍ର ଖୋଲାଖୋଲି ଉଲ୍ଲଂଘନ କରାଯାଇଥିଲା। ବିଳମ୍ବିତ ରାତି ଯାଏ ଚାଲିଥିଲା ନାଚ ଗୀତର ଆସର । ଢେର ରାତିରେ ଏପରି ନାଚ, ଗୀତର ଆସର ଜମିଥିବା ବେଳେ ଲୋକଙ୍କ ଗହଳ ଚହଳ ବି କିଛି କମ୍ ନ ଥିଲା। ଏହା ମଧ୍ୟରେ କେହି ଜଣେ ହେଲେ ମାସ୍କ ପିନ୍ଧି ନ ଥିବା ବେଳେ ସାମାଜିକ ଦୂରତ୍ୱ କଥା ନ କହିଲେ ଭଲ । ଦେହରେ ଦେହ ଘଷି ହୋଇ ଚାଲିଥିଲା ନାଚ ।
ଏପରି ଲୋକଙ୍କର କରୋନା ଭୟାବହତାକୁ ଟିକେ ବି ଡର ନ ଥିବା ବେଳେ ନିୟମ ଉଲ୍ଲଘଂନ କରି ତଣ୍ଡ ଗଣିବାକୁ ବି ଟିକେ ବି ଖାତିର ନାହିଁ। ଫଳରେ ହଇରାଣ ହେଉଛନ୍ତି ଅନ୍ୟମାନେ। ଏଥିପାଇଁ ପ୍ରଶାସନ ଅନୁମତି ଦେଇଥିଲା, ନା ପ୍ରଶାସନର ଅଗୋଚରରେ ଚାଲିଥିଲା ଏପରି କାରନାମା ତାକୁ ନେଇ ଉଠିଛି ପ୍ରଶ୍ନ।
ସୂଚନାଯୋଗ୍ୟ, କରୋନା ଗାଇଡ୍ଲାଇନ୍କୁ ଉଲ୍ଲଙ୍ଘନ କରାଯାଇ ଗତ ଗୁରୁବାର ନିମାତପୁର ହାଟରେ ନାଚ ଓ ଗୀତର ଆସର ଜମିଥିଲା । ଏଥିପାଇଁ ପ୍ରଶାସନଠାରୁ ଅନୁମତି ନିଆଯାଇନ ଥିବାରୁ ଯାତ୍ରା ପାର୍ଟି ମାଲିକଙ୍କ ଉପରେ ହୋଇଛି ୫୦ ହଜାର ଟଙ୍କା ଫାଇନ୍ । ଏହା ସତ୍ତ୍ୱେ ଚେତୁ ନାହାନ୍ତି ଲୋକେ।
Editor by/- Srinibash Rout 🌐 Socialnewsodia 📡



0 Comments