Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଦୋକାନୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ, ଏଥର କ୍ୟାରି ବ୍ୟାଗ ପାଇଁ ଟଙ୍କା ମାଗିଲେ ହୋଇପାରେ କଡାକର୍ଯ୍ୟାନୁଷ୍ଠାନ ।

 

ତାରିଖ/- ୨୩-୦୮-୨୦୨୦


ଏଣିକି ସାବାଡ୍ ହେବେ ଦୋକାନୀ । କ୍ୟାରି ବ୍ୟାଗ ପାଇଁ ଅତିରିକ୍ତ ଟଙ୍କା ନେଇ ପାରିବେନି କୌଣସି ବି ଦୋକାନୀ । ଗ୍ରାହକଙ୍କର ଗୋଟିଏ ଅଭିଯୋଗରେ ବ୍ୟାଗ ଦାମର ୨୦ ଗୁଣା ଟଙ୍କା ଜରିମାନା ବାବଦକୁ ତଣ୍ଡ ଗଣିବେ ଦୋକାନୀ । ନୂଆ କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ-୨୦୧୯ ଲାଗୁ ହେବା ପରେ ଏଭଳି ପଦକ୍ଷେ ନିଆଯାଇଥିବାର କହିଛନ୍ତି କେନ୍ଦ୍ର ସରକାର । ଏଣିକି ଯଦି ଦୋକ।ନୀ କିମ୍ବା ବଡ ବଡ ଷ୍ଟୋର କ୍ୟାରି ବ୍ୟାଗ ପାଇଁ ଆପଣଙ୍କ ଠାରୁ ଅତିରିକ୍ତ ଟଙ୍କା ନିଅନ୍ତି ତେବେ ସମ୍ପୃକ୍ତ କମ୍ପାନୀ ତଥା ଦୋକାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କେନ୍ଦ୍ର ସରକାର । ଯଦି ଆପଣଙ୍କଠାରୁ କୌଣସି ଦୋକାନୀ କିମ୍ବା ସପିଂ ମଲରେ କ୍ୟାରି ବ୍ୟାଗ ନାଁରେ ଏକ୍ସଟ୍ରା ୫ଟଙ୍କା କିମ୍ବା ୧୦ ଟଙ୍କା ଚାର୍ଜ କରନ୍ତି ଏନେଇ ଆପଣ ସିଧାସଳଖ କନଜ୍ୟୁମର ଫୋରମରେ ଅଭିଯୋଗ କରିପାରିବେ । ସଂଶୋଧିତ ଆଇନ ଅନୁଯାୟୀ ନୂଆ ନିୟମ ଗୁଡିକ ହେଲା-

.ବିଭ୍ରାନ୍ତିକର ବିଜ୍ଞାପନ ପ୍ରଚାର କିମ୍ବା ପ୍ରସାର କଲେ ସିଧା କାର୍ଯ୍ୟାନୁଷ୍ଠାନ

. କ୍ୟାରି ବ୍ୟାଗ ପାଇଁ ଅତିରିକ୍ତ ଟଙ୍କା ନେଇପାରିବେନି ଦୋକାନୀ

. ସିନେମା ହଲରେ ଖାଦ୍ୟ ସାମଗ୍ରୀକୁ ଅଧିକ ଦାମରେ ବିକିଲେ କାର୍ଯ୍ୟାନୁଷ୍ଠାନ

.ସାମଗ୍ରୀରେ ଅପମିଶ୍ରଣ କଲେ ଦୋକାନୀଙ୍କୁ ଜରିମାନା ସାଙ୍ଗକୁ ହୋଇପାରେ ଜେଲ ।


ଶ୍ରୀନିବାସ ରାଉତ ( ସାମ୍ବାଦିକ )

୯୪୩୯୮-୮୩୧୬୫

Post a Comment

0 Comments