Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବିଦେଶରୁ ଫେରିଲେଣି ୧୯ ଲକ୍ଷରୁ ଅଧିକ ଭାରତୀୟ; ବନ୍ଦେ ଭାରତ ଭାରତ ମିଶନ ।

 


ତାରିଖ/-୨୩-୧୦-୨୦୨୦


Editor by/- Srinibash Rout

ଦେଶରେ କରୋନା ମହାମାରୀ ଜନିତ କଟକଣା ଠାରୁ ଏ ପର୍ଯ୍ୟନ୍ତ ବନ୍ଦେ ଭାରତ ମିଶନ ମାଧ୍ୟମରେ ୧୯ ଲକ୍ଷ ୪୦ ହଜାର ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଅଣାଯାଇଛି। ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ବନ୍ଦେ ଭାରତ ମିଶନର ସପ୍ତମ ପର୍ଯ୍ୟାୟ ଅକ୍ଟୋବର ୧ରୁ ଆରମ୍ଭ ହୋଇଛି।


ଏହି ପର୍ଯ୍ୟାୟରେ ଧାର୍ଯ୍ୟ ହୋଇଥିବା ୧ ହଜାର ୫୦ଟି ଆନ୍ତର୍ଜାତୀୟ ଉଡାଣ ମଧ୍ୟରୁ ଏ ପର୍ଯ୍ୟନ୍ତ ୨୦ଟି ଦେଶରୁ ୬୯୦ଟି ବିମାନ ଚଳାଚଳ କରିସାରିଛି ଓ ଦେଶର ୨୨ଟି ବିମାନବନ୍ଦରରେ ୧ ଲକ୍ଷ ୩୦ ହଜାର ଲୋକଙ୍କୁ ପହଞ୍ଚାଇଛି।


www.socialnewsodia.info

Post a Comment

0 Comments